jayashree

ମହିଳାଙ୍କ ସୁରକ୍ଷା ପାଇଁ ରେଡ୍ ସ୍କୁଟି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ମହିଳାଙ୍କ ସୁରକ୍ଷା ଓ ସହାୟତା ପ୍ରଦାନ କରିବା ପାଇଁ ସରକାରଙ୍କ ନୂତନ ପଦକ୍ଷେପ ସ୍ୱରୂପ କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ପକ୍ଷରୁ ରାଜ୍ୟ ପୋଲିସ ବିଭାଗକୁ ୫ ଶହ ରେଡ୍ ସ୍କୁଟି ଯୋଗାଇ ଦିଆଯାଇଛି । ନିର୍ଭୟା ଯୋଜନା ମାଧ୍ୟମରେ ଦିଆଯାଇଥିବା ଏହି ସ୍କୁଟି ମହିଳାଙ୍କ ସୁରକ୍ଷା ପାଇଁ ବ୍ୟବହାର ହେବ । ଯଦି କୌଣସି ମହିଳା ରାସ୍ତାରେ ଥିବା ବେଳେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି, ତା ହେଲେ ସେ ୧୧୨ ନମ୍ବରକୁ ଡାଏଲ କଲେ ପୋଲିସ ପକ୍ଷରୁ ମହିଳା ପୋଲିସ କର୍ମଚାରୀ ରେଡ୍ ସ୍କୁଟିରେ ପହଞ୍ଚି ସହାୟତା ପ୍ରଦାନ କରିବେ । ଏହାକୁ ଆଜି ଜିଲ୍ଲା ଏସପି ପଦ୍ମିନୀ ସାହୁ ଆରମ୍ଭ କରିଥିଲେ ।

Leave A Reply

Your email address will not be published.