- ଏଥର ଛାଡିଦେଲୁ ବେଟା ନେକ୍ସଟ ଟାଇମ ପୁରା ଉପର
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଜଣେ ନବମ କ୍ଲାସ୍ ସ୍କୁଲ ଛାତ୍ରକୁ ୫ରୁ ୬ ଜଣ ଯୁବକ ନିର୍ଦ୍ଧୁମ ମାଡ଼ ମାରିଲେ, ଭିଡିଓ କଲେ ଏବଂ ପୁଣି ଇଷ୍ଟାଗ୍ରାମରେ ପୋଷ୍ଟ କରି “ଏଥର ଛାଡିଦେଲୁ ବେଟା ନେକ୍ସଟ୍ ଥର ପୁରା ଉପର” ବୋଲି ଲେଖି ଭାଇରାଲ କଲେ । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପିଏମଶ୍ରୀ ପଞ୍ଚାୟତ ସମିତି ହାଇସ୍କୁଲ ପରିସରରେ । ମାଡ଼ରେ ଛାତ୍ର ଜଣକ ଜୀବନ ବିକଳରେ ଫେରାର ମାରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାକୁ କିଛି ଯୁବକ ଧରି ପକାଇ ଥିବାରୁ ଯାଇପାରୁ ନାହିଁ । କିଏ ଗୋଇଠା ମାରୁଛି ତ ଆଉ କିଏ ବେତ ବାଡ଼ିରେ ନିର୍ଦ୍ଧୁମ ପିଟୁଛି । ଏହି ହୃଦୟ ବିଦାରକ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପିଏମଶ୍ରୀ ପଞ୍ଚାୟତ ସମିତି ହାଇସ୍କୁଲର ଜଣେ ନବମ ଶ୍ରେଣୀର ଛାତ୍ରକୁ ହଷ୍ଟେଲ କ୍ୟାମ୍ପସରେ କିଛି ଯୁବକ ଛାତ୍ରଙ୍କୁ ନିସ୍ତୁକ ମାଡ ମାରୁଥିବା ଭିଡିଓରୁ ସ୍ପଷ୍ଟ ହେଇଛି । ଯୁବକଙ୍କ ମାଡ଼ରେ ଛାତ୍ର ଜଣକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିଥିବା ଜଣାପଡିଛି । ଆହତ ଛାତ୍ର ଜଣକ ଉଲୁଣ୍ଡା ବ୍ଳକ କହ୍ନେଇପାଲି ଗ୍ରାମର ବୋଲି ଜଣାପଡିଛି । କେଉଁ କାରଣରୁ ଛାତ୍ରଙ୍କୁ ମାଡ ମରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ଛାତ୍ରର ବାପା ସତ୍ୟବାନ ପ୍ରଧାନ ଘଟଣା ସମ୍ପର୍କରେ ଜାଣିବା ପରେ ଉଲୁଣ୍ଡା ଥାନାରେ ଗତକାଲି ଲିଖିତ ଅଭିଯୋଗ କରିଥିବା ବେଳେ ଏହି ଘଟଣାର ତଦନ୍ତ କରାଯାଇ ଯେଉଁ ଦୁର୍ବୃତ୍ତମାନେ ମାଡ଼ ମାରିଛନ୍ତି ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସୂଚନା ଦେଇଛନ୍ତି ।