ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ଟିଟିଲାଗଡ଼ ଏସ୍‌ସି, ଏସଟି ଜଏଣ୍ଟ ଆକ୍ସନ କମିଟି ପକ୍ଷରୁ ଜୋର୍‌ସୋର୍‌ ପିକେଟିଙ୍ଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଣ୍ଣୟ ମାଧ୍ୟମରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଭାଗିଦାରୀ ଆରକ୍ଷଣକୁ ସମାପ୍ତ କରିବା ଷଡ଼ଯନ୍ତ୍ର ବିରୋଧରେ ୨୧ ଅଗଷ୍ଟ ବୁଧବାର ଦିନ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇ ଟିଟିଲାଗଡ଼ ଏସ୍‌ସି, ଏସ୍‌ଟି ଜଏଣ୍ଟ ଏକ୍ସନ କମିଟି ପକ୍ଷରୁ ସହର ସାରା ଜୋର୍‌ସୋର୍‌ ପିକେଟିଙ୍ଗ କରିଥିଲେ । ସହରରେ ଦୋକାନ ବଜାର, ପେଟ୍ରୋଲ ପମ୍ପ ବନ୍ଦ ରହିଥିବାର ଦେଖିବାକୁ ମିଳୁଛି । ଏହି ବନ୍ଦ ଡାକରାରେ ଏସ୍‌ସି, ଏସ୍‌ଟି ଆକ୍ସନ୍ କମିଟିର ବହୁ ସଦସ୍ୟ ମାନେ ସାମିଲ ହୋଇଥିଲେ । ଏକ ବିରାଟ ବାଇକ ରେଲିରେ ବାହାରି ସହର ପରିକ୍ରମା କରିଥିଲେ ।

Leave A Reply

Your email address will not be published.