ଲଗାଣ ବର୍ଷା ଯୋଗୁଁ ସତ୍ୟନାରାୟଣପଡ଼ା ଉବୁଟୁବୁ : ପହଂଚିନାହିଁ ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ ସତ୍ୟନାରାୟଣପଡ଼ା ପାଣିରେ ଉବୁଟୁବୁ ହେଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ ପହଂଚି ନଥିବା ଅଭିଯୋଗ ହୋଇଛି । ଲଗାଣ ଭାରି ବର୍ଷା ଯୋଗୁଁ ଏହି ଅଂଚଳରେ ପାଣି ଭରି ହୋଇ ରହିଥିବା ଦେଖିବାକୁ ମିଳିଛି । ଲକ୍ଷ୍ମୀଜୋର୍‌ର ସ୍ୱିସ୍‌ ଗେଟ୍‌ ବନ୍ଦ ଥିବାରୁ ସତ୍ୟନାରାୟଣପଡ଼ାରେ ପାଣି ମାଡ଼ି ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଅଂଚଳବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

error: Content is protected !!