oum

ଶ୍ରୀ ସତ୍ୟସାଇ ବାବାଙ୍କ ୯୬ତମ ଜନ୍ମଦିନ ପାଳନ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରପୁର ଶ୍ରୀ ସତ୍ୟସାଇ ମନ୍ଦିର ଆମ୍ରକାନନରେ ମଙ୍ଗଳବାର ଦିନ ୯୬ତମ ବାର୍ଷିକ ଉତ୍ସବରେ ଉପଲକ୍ଷେ ନଗର ସଂକୀର୍ତନ ପରେ ବିରଞ୍ଚି ନାରାୟଣ ପୁଟେଲ ଏବଂ ଜନକ ମେହେରଙ୍କ ଦ୍ୱାରା ପୂଜାର୍ଚ୍ଚନା ହୋଇଥିଲା । ଅବନୀ ରଞ୍ଜନ ସାହୁଙ୍କ ସଂଯୋଜନାରେ କୁମାର ଷାଣ୍ଢ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମୁଖ୍ୟ ବକ୍ତାଭାବେ ଗୁରୁ ଦାମୋଦର ମିଶ୍ର ଗୀତା, ଭାଗବତ ଏବଂ ବେଦ ଉପରେ ଆଲୋକପାତ କରିଥିଲେ । ବକ୍ତାଭାବେ ଗୋବିନ୍ଦ ମେହେର, ଗୁରୁ ରାଜୁ ପୁଟେଲଙ୍କ ଦ୍ୱାରା ବାଳ ବିକାଶ କାର୍ଯ୍ୟକ୍ରମ ତୁଲାଇଥିଲେ । ଶେଷରେ ଶରତ ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.