ବେଆଇନ ସଟ୍ଟା ଖେଳ ଉପରେ ଚଢ଼ାଉ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କଲା ବେଲପଡ଼ା ପୋଲିସ

ବେଲପଡ଼ା, (କେପିଏନ୍‌ଏସ୍‌) : ବେଲପଡ଼ା ପୋଲିସ ବେଆଇନ ସଟ୍ଟା ଖେଳ ଉପରେ ଚଢ଼ାଉ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ପେଟ୍ରୋଲିଂ ସମୟରେ ଛୁଇନରା ଗାଁରୁ ଚୂଳ ଓରଫ୍‌ ଚୂଳଚନ୍ଦ୍ର ଭୁଏଙ୍କୁ ବେଆଇନ ସଟ୍ଟା ଖେଳ ମାମଲାରେ ବେଲପଡ଼ା ପୋଲିସ ଗିରଫ୍‌ କରିଥିବା ବେଳେ ତାଙ୍କଠାରୁ ନଗଦ ୧୦ ହଜାର ୫ ଶହ ଟଙ୍କା, ଗୋଟିଏ ସଟ୍ଟା ଚିଟ୍‌ ଏବଂ ଏକ ବଲ୍‌ ପେନ୍‌ ଜବତ୍‌ କରିଥିଲା । ସେହିପରି ଆଜି ପେଟ୍ରୋଲିଂ ବେଳେ ନୁନ୍‌ହାଡ଼ ଗାଁରୁ ଚମ୍ପେଶ୍ୱର ମେହେରଙ୍କୁ ସଟ୍ଟା ମାମଲାରେ ଗିରଫ୍‌ କରିଛି ବେଲ୍‌ପଡ଼ା ପୋଲିସ । ଅଭିଯୁକ୍ତ ଚମ୍ପେଶ୍ୱରଙ୍କ ଠାରୁ ନଗଦ ୨ ହଜାର ଶହେ କୋଡ଼ିଏ ଟଙ୍କା, ଏକ ସଟ୍ଟା ନମ୍ବର ଲେଖା ଚିଟ୍‌ ଏବଂ ବଲ୍‌ ପେନ୍‌ ଜବତ୍‌ କରିଛି । ଆଜି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ପାଟଣାଗଡ଼ ଏସ୍‌ଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା ।

Leave A Reply

Your email address will not be published.