ବଲାଙ୍ଗିର, (କେପିଏନ୍ଏସ୍) : ଆଗକୁ ଆହୁରି ବଢିବ ଖରା । ଏଥିପ୍ରତି ସଚେତନ ନହେଲେ ଭୋଗିବାକୁ ପଡିବ କଷ୍ଟ । ଖରାମାସର ଅଂଶୁଘାତରୁ ନିଜକୁ ରକ୍ଷା କରିବାକୁ ହେଲେ ନେବାକୁ ହେବ ବିଶେଷ ଧ୍ୟାନ । ତେବେ ଆସନ୍ତୁ କେତେକ ଦିଗ ଉପରେ ଦୃଷ୍ଟି ଦେବା ;
- ପ୍ରଚୁର ମାତ୍ରାରେ ପାଣି ପିଇବା ।
- ଅତିଜରୁରୀ ସମୟରେ ଘରୁ ପଦାକୁ ବାହାରିବା ।
- ମଦ୍ୟାହ୍ନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ଘରେ ରହିବା ।
- ଘରୁ ବାହାରକୁ ଗଲେ ପାଦରେ ଯୋତା, ହାତରେ ଛତା ଏବଂ ସାଥୀରେ ପାଣି ବୋତଲ ନେବା କେବେ ଭୁଲିବା ନାହିଁ ।
- ପ୍ରତିଦିନ ନିଜ ଖାଦ୍ୟପେୟ ଏବଂ ପାନୀୟ ଉପରେ ବିଶେଷ ଧ୍ୟାନ ଦେବା ।