ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସର୍ବପୂରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ଵ ତଥା ଉପସଭାପତି ଡ଼ଃ ସନାତନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଷୟ ବିଶେଷଜ୍ଞ ଭାବେ ଗାଳ୍ପିକ କାଶୀନାଥ ନନ୍ଦୀ ଯୋଗଦେଇ ଆଲୋଚ୍ୟ ବିଷୟ ଭାରତୀୟ ଜ୍ଞାନ ପରମ୍ପରାକୁ ବେଦବ୍ୟାସଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀ ନନ୍ଦୀ ତାଙ୍କ ବକ୍ତବ୍ୟରେ ବେଦର ପ୍ରକାର ଭେଦ ବର୍ଣ୍ଣନା କରିବା ସହ ବେଦକୁ ଧରିଲେ ମଣିଷ ଜଣେ ପରିବର୍ତ୍ତିତ ମଣିଷ ହୋଇଯିବ । ସମାଜ ଶୃଙ୍ଖଳିତ ହେବାପାଇଁ ଅଥର୍ବ ବେଦରେ ତଥ୍ୟ ରହିଛି । ସେହିପରି ବିଭିନ୍ନ ବେଦରେ ମାନବ ସମାଜକୁ ଏକ ସୁନ୍ଦର ସମାଜ ଗଠନ ପାଇଁ ବାର୍ତ୍ତା ରହିଛି । ମହାଭାରତର ପ୍ରତ୍ୟେକ ଶ୍ଳୋକ ମାନବ ବଞ୍ଚିବାର ସୂତ୍ର ଦେଖାଏ ବୋଲି ମତ ରଖିଥିଲେ । ଏ ସମ୍ପର୍କରେ ଡ଼ଃ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଲେ ଯେ ଗୀତା କଣ, ଅଧ୍ୟୟନ କରି ତା’ର ମର୍ମକୁ ବୁଝିବା ଓ ସଂସ୍କୃତ ଭାଷାକୁ ବଞ୍ଚାଇ ରଖିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ବ୍ୟାସ ହେଉଛି ଗୁରୁ ପରମ୍ପରା ବୋଲି ମତ ରଖିଥିଲେ । ପର ଅଧ୍ୟାପକ ଡ ଜ୍ଞାନରଞ୍ଜନ ତ୍ରିପାଠୀ ଠାକୁର ବାହା ଶୀର୍ଷକ ଗଳ୍ପ ପାଠ କରିଥିଲେ । ସଭାପତି ଶ୍ରୀ ଶତପଥୀ ସଭାପତିତ୍ୱ ଅଭିଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସଂଜୀବ କୁମାର ଭୋଇଙ୍କ ସଭାପତିତ୍ୱ , ଗୀତାରାଣୀ ବେହେରା ଓ ମୋନାଲିସା ବେହେରାଙ୍କ ସଂଯୋଜନାରେ ବ୍ରଜେନ୍ଦ୍ର ଦାଶ, ମୋହନ ସି, ସସ୍ମିତା ପ୍ରଧାନ, ଉପେନ୍ଦ୍ର କୁମାର ବସ୍ତିଆ, ଉର୍ବଶୀ ଦାଶ ପତି, ଦିବାକର ଦାସ, ସୁଶାନ୍ତ କୁମାର ନାୟକ, ବବିତା ମହାଳିକ, ଶ୍ରୀଧର ସୁନା, ଆଶୁତୋଷ ଜ୍ୟୋତିଷି, ସତ୍ୟ ନାରାୟଣ ଦାଶ, ସଂଯୋଜିକା ଦ୍ୱୟ ଗୀତାରାଣୀ ଓ ମୋନାଲିସା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଭୟ କୁମାର ଦାସ, ବାଉରୀବନ୍ଧୁ ସାହୁ, ଜୟଶ୍ରୀ ଦାସ, ପରେଶ ବିଶ୍ୱାଳ, କୁଞ୍ଜବିହାରୀ ରାଉତ, ଟୁକୁଲା ପାଢ଼ୀ, ସୁରେନ୍ଦ୍ର ପାଢ଼ୀ, ଗୈାତମ ଦାସ, ଆର୍ତ୍ତତ୍ରାଣ ମହାପାତ୍ର, ବିଜୟିନୀ ଜେନା, କୈଳାଶ ଚନ୍ଦ୍ର ମହାଳି, ନଗେନ ଦାସ, ଡା ବସନ୍ତ କୁମାର ଦାସ, ପଞ୍ଚାନନ ପାତ୍ର, ବିଜୟ କୁମାର ପାତ୍ର, ଲୀନା ରାଉତ, ଡା କୃପାସିନ୍ଧୁ ନାୟକ, ଜଗନ୍ନାଥ ରାଉତ, ସୁମନ୍ତ କୁମାର ଉପାଧ୍ୟାୟ, ଏଟମ ରଥ, ମନୋଜ କୁମାର ନନ୍ଦ, ପ୍ରିୟଙ୍କା ପଲେଇ, ଅନୁପମା ସ୍ୱାଇଁ, ଅକ୍ଷୟ ସାମଲ, ସୁକାନ୍ତ ମହାପାତ୍ର, ପ୍ରଳୟ କୁମାର ଶତପଥୀ, ଗୟାଧର ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.