oom

ପାଇଖାନା ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଶ୍ରମିକଙ୍କ ଜୀବନ

ନବରଙ୍ଗପୁର : ନବରଙ୍ଗପୁର ପଡ଼ାଲଗୁଡ଼ା ଗାଁରେ ଅଘଟଣ । ପାଇଖାନା ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ୪ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଆଉ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଖବର ଅନୁଯାୟୀ, ପଡ଼ାଲଗୁଡ଼ା ଗାଁରେ ପାଇଖାନା ଟାଙ୍କି ସଫା କରୁଥିଲେ ଶ୍ରମିକ । ଏହି ସମୟରେ ହଠାତ୍‌ ଶ୍ୱାସରୁଦ୍ଧ ହୋଇ କିଛି ଶ୍ରମିକ ଗୁରୁତର ହୋଇଥିଲେ । ଏହାପରେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତିନି ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ବାକି ଜଣେ ଗୁରୁତରଙ୍କ ଚିକିତ୍ସା ଜାରି ରହିଥିଲା । ହେଲେ ପରବର୍ତ୍ତୀ ସମୟରେ ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ପାଇଖାନା ଟାଙ୍କିରେ ସର୍ବମୋଟ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.