ସରକାର କା ମାଲ୍‌, ଦରିଆ ମେ ଡାଲ୍‌ : ଡ୍ରାଇଭର ଅଭାବରୁ ଡାକ୍ତରଖାନାର ଗ୍ୟାରେଜରେ ଖତ ଖାଉଛି ଆମ୍ବୁଲାନ୍ସ, ରୋଗୀଙ୍କ ସେବାରେ ଲାଗିପାରୁନି

ଦେଓଗାଁ, (ମନୀଷ କୁମାର ସାହୁ) : କରୋନା ମହାମାରୀରେ ଲୋକଙ୍କୁ ମିଳୁନି ଆମ୍ବୁଲାନ୍ସ ସେଥିପାଇଁ କିଏ ସାଇକେଲରେ ଶବ ବୋହୁଛି ତ ପୁଣି କିଏ କାନ୍ଧରେ ବୋହି ନେଉଛି । ହେଲେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ନେବା ଆଣିବା ପାଇଁ ଥିବା ଆମ୍ବୁଲାନ୍ସ ଖତ ଖାଉଛି ଗ୍ୟାରେଜ ଭିତରେ ତାହା ପୁଣି ଡ୍ରାଇଭର ଅଭାବରୁ । ରୋଗୀ ନ ବୋହି ଡାକ୍ତରଖାନା ଭିତରେ ଦୀର୍ଘ ବର୍ଷ ହେଲା ପଡି ରହିଥିବା ଜଣାପଡିଛି । କିନ୍ତୁ ଏହି ଆମ୍ବୁଲାନ୍ସଟି କଣ କଲେ କାର୍ଯ୍ୟକ୍ଷମ ହେବ ସେ ବିଷୟରେ ରାଜନେତା କି ସରକାରୀ ଅଧିକାରୀ କେହି ଧ୍ୟାନ ଦେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଫଳରେ ଡ଼ାକ୍ତରଖାନାରେ ଏହି ଆମ୍ବୁଲାନ୍ସକୁ ଦେଖି ଲୋକେ ସରକାର କା ମାଲ୍‌, ଦରିଆ ମେ ଡାଲ୍ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୧୩/୧୪ ଆର୍ଥିକ ବର୍ଷରେ ସାଂସଦ ପାଣ୍ଠିରୁ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ ଆମ୍ବୁଲାନ୍ସ ଯୋଗାଇ ଦେଇଥିଲେ ତତ୍କାଳୀନ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂହ ଦେଓ । କିନ୍ତୁ ଦୀର୍ଘ ୭ ବର୍ଷ ହେଲା ଏହି ଆମ୍ବୁଲାନ୍ସଟି ପଡିରହିଛି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗ୍ୟାରେଜ ଭିତରେ । ଏହି ଆମ୍ବୁଲାନ୍ସକୁ ଚଳାଇବା ପାଇଁ ସେସମୟର ଜଣେ ଡ୍ରାଇଭରକୁ ମଧ୍ୟ ନିଯୁକ୍ତି ଦେଇଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ଦେଓଗାଁ ଜାତୀୟ ରାଜପଥ ଉପରେ ପତ୍ୟହ ଦୁର୍ଘଟଣା ଘଟୁଛି ଆହତମାନଙ୍କୁ ଆମ୍ବୁଲାନ୍ସରେ ନ ନେଇ ଦମକଳ ବାହିନୀର କର୍ମଚାରୀମାନେ ନିଜ ଗାଡ଼ିରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରୁଛନ୍ତି । ଅନେକେ ସମୟରେ ଅକ୍ସିଜେନ ଅଭାବରୁ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଲୋକେ ମୃତ୍ୟୁ ବରଣ କରୁଛନ୍ତି । ଯଦି ଡାକ୍ତରଖାନାରେ ପଡ଼ି ରହିଥିବା ଏହି ଆମ୍ବୁଲାନ୍ସଟିକୁ ଅଗ୍ନିଶମ ବାହିନୀକୁ ଯୋଗାଇ ଦିଆଯାଏ ତା ହେଲେ ଅନେକ ଲୋକଙ୍କ ଜୀବନ ବଂଚିଯିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.