୩୭ ତମ ସର୍ବଭାରତୀୟ ଲାଲ୍‌ମନି ସ୍ମାରକୀ କ୍ରିକେଟ୍

  • ଝାଡ଼ଖଣ୍ଡକୁ ହରାଇ ସେମିଫାଇନାଲରେ ସୁନ୍ଦରଗଡ଼ ଦଳ ପ୍ରବେଶ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧି ଷ୍ଟାଡିୟମରେ ଚାଲିଥିବା ୩୭ତମ ସର୍ବଭାରତୀୟ ଲାଲମନି ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ୬ଷ୍ଠ ଦିବସ ମ୍ୟାଚରେ ସୁନ୍ଦରଗଡ଼ ନବଜୀବନ କ୍ଲବ ଓ ଝାଡ଼ଖଣ୍ଡ ରାଇଜିଂ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହୋଇଛି । ସୁନ୍ଦରଗଡ଼ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୨୨୬ ରନ କରିଥିଲା । ଦଳ ପକ୍ଷରୁ ସୌରଭ ଚନ୍ଦା ୬୭ ରନ, ବିଭାସ ସା ୬୧ ରନ, ଆଦିତ୍ୟ ଆନନ୍ଦ ୫୨ ରନ, ୱାଲଟର ଟପୋ ୨୪ ରନ କରିଥିଲେ । ଝାଡ଼ଖଣ୍ଡ ଦଳ ପକ୍ଷରୁ ଆକାଶ ସାହୁ ସର୍ବାଧିକ ୨ୱିକେଟ ହାସଲ କରିଥିଲେ । ଅନୁପ ଯଦବ, ସାହିଲ ଶର୍ମା, କ୍ରିଷ୍ଣା ମାହାତୋ ଓ ରଞ୍ଜିତ ଅଗ୍ରୱାଲ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ଜବାବରେ ଝାଡ଼ଖଣ୍ଡ ଦଳ ୧୮.୫ ଓଭରରେ ୧୭୨ ରନ କରି ଅଲଆଉଟ ହୋଇଥିଲା । ଦଳ ପକ୍ଷରୁ ରଣଜିତ ୮୮ ରନ, ଅରୁଣ ଯାଦବ ୨୭ ରନ, ଅଜୟ ଭାସ୍ତେ ୨୪ ରନ କରିଥିଲେ । ସୁନ୍ଦରଗଡ ଦଳ ପକ୍ଷରୁ ମହମ୍ମଦ ଡେନିସ ସର୍ବାଧିକ ୫ ୱିକେଟ ହାସଲ କରିଥିବାବେଳେ ଅଙ୍କିତ ସିଂ ଓ ଗୌତମ ସୁନା ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଆଜିର ମ୍ୟାଚକୁ ଆଇଡିବିଆଇ ବ୍ୟାଙ୍କ ମ୍ୟାନେଜର ଆଶୁତୋଷ ନାୟକ, ଏସଆଇଟିଡି କମ୍ପ୍ୟୁଟର ଏମଡି ବାବୁଲାଲ ମେହେର ଓ ହୋଟେଲ ମୁନର ପ୍ରୋପାଇଟର ନିର୍ମଳ ନେଗୀ ଉଦ୍‌ଘାଟନ କରିଥିଲେ। ଟି-୧୦ ମ୍ୟାଚ୍‌ରେ ସୁନ୍ଦରଗଡ଼ ଦଳ ୮ ଓଭରରେ ୯ ୱିକେଟ ହରାଇ ୭୧ ରନ୍ କରିଥିଲା । ଜବାବରେ ଝାଡ଼ଖଣ୍ଡ ଦଳ ୮ ଓଭରରେ ୪ ୱିକେଟ ହରାଇ ୭୨ ରନ କରି ମ୍ୟାଚ୍ ବିଜୟୀ ହୋଇଥିଲା । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟୀ ହେବାରୁ ସୁପର ଓଭର ହୋଇଥିଲା । ଏଥିରେ ଝାଡ଼ଖଣ୍ଡ ଦଳ ମାତ୍ର ୩ ରନ କରିଥିବାବେଳେ ସୁନ୍ଦରଗଡ଼ ଦଳ ଆବଶ୍ୟକ ରନ କରି ବିଜୟୀ ହୋଇ ସେମି ଫାଇନାଲକୁ ପ୍ରବେଶ କରିଛି । ମେହେର ଜ୍ୱେଲର୍ସର ପ୍ରୋପାଇଟର ସନ୍ତୋଷ ମେହେର, ପୂର୍ବତନ କ୍ରିକେଟ ଖେଳାଳି କମଳେଶ ଶର୍ମା ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ଯୋଗଦେଇ ଝାଡ଼ଖଣ୍ଡ ଦଳର ଖେଳାଳି ରଣଜିତ ଅଗ୍ରୱାଲଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚକୁ ପୃଥୀରାଜ ମିଶ୍ର ଓ ଶ୍ୟାମ ସୁନ୍ଦର ପଣ୍ଡା ପରିଚାଳନା କରିଥିଲେ । ସ୍କୋରର ଭାବେ ପ୍ରଦୀପ୍ତ ସେଠୀ, ଅନ୍ ଲାଇନ୍ ସ୍କୋରର ଭାବେ ହିମାଂଶୁ ପଧାନ ଓ ବିଶ୍ଵନାଥ ନାୟକ ଦାୟିତ୍ଵ ନିର୍ବାହ କରିଥିଲେ । ବିଏସ ରାଓ, ଅଚ୍ୟୁତ ମିଶ୍ର, ପାର୍ଥ ସାରଥୀ ଦାଶ, ପ୍ରକାଶ ପାତ୍ର ଓ ବିନୋଦ ମହାକୁଡ଼ ଧାରାବିବରଣୀ ପ୍ରଦାନ କରିଥିଲେ ।

Leave A Reply

Your email address will not be published.