oom

ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ସରସ୍ୱତୀ ପୂଜା ପାଳିତ

jsmm

ଭୋଗରାଇ, (କେପିଏନ୍‌ଏସ୍‌) : ଖରିଦପିପଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦହମୁଣ୍ଡା ସ୍ଥିତ ଯୁକ୍ତ ଦୁଇ କଳା ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ବିଦ୍ୟା ଦାୟିନୀ ମାଆ ସରସ୍ୱତୀଙ୍କର ପୂଜା କରୋନା କଟକଣା ମଧ୍ୟରେ ପାଳନ କରାଯାଇଛି । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶିବନାରାୟଣ ପାତ୍ର, ଶିକ୍ଷକ ଜୟଦେବ ଦାସ ଯୋଗ ଦେଇ ସରସ୍ୱତୀଙ୍କଠାରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ସଂସ୍କୃତ ଶିକ୍ଷକ ପଣ୍ଡିତ ଗଜାନନ ମହାପାତ୍ର ସରସ୍ୱତୀଙ୍କ ପୂଜା, ମନ୍ତ୍ରପାଠ କରିଥିବା ବେଳେ ଛାତ୍ରୀ ଜ୍ୟୋତିରେଖା ମହାପାତ୍ର, ଅନିତା ପାତ୍ର, କ୍ରିଷ୍ଣା ଦାସ, ଲିଜା ଦାସ, ମୋନାଲିସା ଦାସ, ରଶ୍ମିତା ପ୍ରଧାନ, ସୁଜାତା ବେହେରା, ବିଷ୍ଣୁପ୍ରିୟା ପ୍ରଧାନ, ଅନାମିକା ପ୍ରଧାନ, ପୂଜା ସିଂ, ଲିଜା ସିଂ, ସୁକାନ୍ତି ପାଣିଗ୍ରାହୀ, ଶୁଭଶ୍ରୀ ଚନ୍ଦ, ପ୍ରିୟଙ୍କା କାମିଳା, ଛାତ୍ର ସତ୍ୟମ ଗିରି ଏବଂ ପ୍ରାକ୍ତନ ଛାତ୍ରୀ ସୁପ୍ରିୟା ମହାନ୍ତି ପ୍ରମୁଖ ଯୋଗଦେଇ ସରସ୍ୱତୀ ଦେବୀଙ୍କଠାରେ ଭକ୍ତିପୂତ ପ୍ରାର୍ଥନା କରିଥିଲେ ।

jittmm
Leave A Reply

Your email address will not be published.