ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କଲେଜ ଛକରେ ସରସ୍ଵତୀ ପୂଜା ଓ ବିଦ୍ୟାରମ୍ଭ ସଂସ୍କାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କଲେଜ ଛକ ବଲାଙ୍ଗିରରେ ମା ସରସ୍ୱତୀଙ୍କ ପୂଜା ତଥା ଶିଶୁଵୋଧ ଶ୍ରେଣୀ ଶିଶୁଙ୍କ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନେକ ସଂଖ୍ୟାରେ ମାଆ, ବାପା, ଆଚାର୍ଯ୍ୟ ଆଚାର୍ଯ୍ୟା, ପରିଚାଳନା କମିଟିର କର୍ମକର୍ତ୍ତା ଓ ଶିଶୁ ଭାଇ ଭଉଣୀ ଏକ ଗ୍ରନ୍ଥ ଶୋଭାଯାତ୍ରାରେ ଶାନ୍ତିପଡା ସ୍ଥିତ ଶିବମନ୍ଦିରରୁ ବାହାରି ନଗର ପରିକ୍ରମା ପୂର୍ବକ ବିଦ୍ୟାଳୟରେ ପହଞ୍ଚି ଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ମିଶ୍ର ସପତ୍ନୀକ ତଥା ଶିଶୁ ବାଟିକାପ୍ରମୁଖ, ସମେତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସେବକ ସେବିକା, ପରିଚାଳନା କମିଟିର କର୍ମକର୍ତ୍ତା ଅଭିଭାବକଙ୍କ ସହଯୋଗରେ ଶିଶୁମାନଙ୍କର ପାଦ ଧୋଇ ଫୁଲ ଚନ୍ଦନ ଲଗାଇ ସ୍ୱାଗତ କରିଥିଲେ । ଘଣ୍ଟ,ଶଂଖ, କିତ୍ତନ୍ୟ ଓ ଘୋଷ ବାଦ୍ୟରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ଯଜ୍ଞ ଅନୁଷ୍ଠାନ କରାଯାଇ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ସମାହିତ ହୋଇଥିଲା । ପରିଚାଳନା କମିଟିର ସଭାପତି ତ୍ରିବିକ୍ରମ ଦାଶଙ୍କ ଦ୍ୱାରା ମୈତ୍ରୀ ପତ୍ରିକାର ଉନ୍ମୋଚନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରମୁଖ ରାମକୁମାର ମିଶ୍ର, ଉପସଭାପତି ଡା.ଗୋଦାବରିଶ ରଥ, ସମ୍ପାଦକ ନୀଳାଚଳ ଚିର୍ଗୁନ, କୋଷାଧ୍ୟକ୍ଷ ଜୀଵେଶ୍ୱର ପ୍ରଧାନ, ଯୁଗ୍ମ ସମ୍ପାଦକ ଗିରିଶ ରାମ ବେହେରା, ଶ୍ରୀମତୀ କାନ୍ତାୟନୀ ଷଡ଼ଙ୍ଗୀ, ଶ୍ରୀମତୀ ନଳିନୀ ସେଠ, ଶିବ ପ୍ରସାଦ ତ୍ରିପାଠୀ, ବିଭୂତି ଭୂଷଣ ମିଶ୍ର, ଡୋଳା ମଣି ଗଡତିଆ, ସମେତ ଅନେକ ସଂଖ୍ୟାରେ କର୍ମକର୍ତ୍ତା ଗଣ ଯୋଗଦେଇ ପୂଜାକାର୍ଯ୍ୟ ଓ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞକୁ ସଫଳ ମଣ୍ଡିତ କରିଥିଲେ । ପରିଶେଷରେ ଅନ୍ନ ପ୍ରସାଦ ଗ୍ରହଣ ପୂର୍ବକ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ସମ୍ପନ୍ନ ହୋଇପାରିଥିଲା । ସ୍କାଉଟ ଓ ଗାଇଡ୍ ତଥା ଜେଆର୍‌ସିର ଭାଇ ଭଉଣୀ ଗଣ ସୁରକ୍ଷା ବ୍ୟବସ୍ଥା ବୁଝିଥିଲେ । ଏ କାର୍ଯ୍ୟକ୍ରମଟିକୁ ଅଭିଭାବକ ଗଣ ମାତୃ ଭାରତୀର ସଦସ୍ୟା ସମ୍ପୂର୍ଣ୍ଣ ଦାୟିତ୍ଵ ନିର୍ବାହ କରିଥିଲେ ।

jittmm
Leave A Reply

Your email address will not be published.