ବିଭିନ୍ନ ଶିକ୍ଷାନୁଷ୍ଠାନରେ ମାଁ ସରସ୍ଵତୀଙ୍କ ପୂଜନୋତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଓଗାଁ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ, ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ରବିବାର ଦିନ ସରସ୍ଵତୀ ପୂଜା ପାଳନ ହୋଇଯାଇଛି । ସେହିପରି ସାଲେପାଲି ସ୍ଥିତ ଜଗତ ବନ୍ଧୁ ବିଶ୍ଵ ଭାରତୀ ଶିକ୍ଷା ନିକେତନ ତାଲିମ ମହାବିଦ୍ୟାଳୟରେ ଅଧ୍ୟକ୍ଷ, ପ୍ରଧ୍ୟାପକ ଏବଂ ଛାତ୍ରଛାତ୍ରୀଙ୍କ ଦ୍ଵାରା ଚଳିତ ବର୍ଷ ମହାଆଡମ୍ବରରେ ବିଦ୍ୟା ଦାୟିନୀ ମାଁ ସରସ୍ଵତୀଙ୍କ ପୂଜନୋତ୍ସବା ପାଳନ କରାଯାଇଥିଲା ।

Leave A Reply

Your email address will not be published.