ସିକୁଆଁ ପଞ୍ଚାୟତରେ ସରପଞ୍ଚ ଭାବେ ନିର୍ବାଚିତ ହେଲେ ରାଜକୁମାର ଭୋଇ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସିକୁଆଁ ପଞ୍ଚାୟତରେ ରାଜକୁମାର ଭୋଇ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କ ପ୍ରତିଦ୍ୱନ୍ଦୀ ନିରଞ୍ଜନ ସେଠ, ଦେବିପ୍ରୀୟା ସେଠ୍, ସୁଧୀର ଛତ୍ରିଆ ଓ ସୁନିଲ ସେଠଙ୍କୁ ହରାଇ ଏହି ପଦବୀ ହାସଲ କରିଛନ୍ତି । ସେ ମୋଟ ୮୯୧ ଭୋଟ୍‌ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ନିରଞ୍ଜନ ସେଠ(୫୧୬)ଙ୍କଠାରୁ ୩୭୫ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି । ତାଙ୍କୁ ଭୋଟ ଦେଇ ନିର୍ବାଚିତ କରିଥିବାରୁ ସେ ତାଙ୍କ ପଞ୍ଚାୟତବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଶ୍ରୀ ଭୋଇ ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ପଞ୍ଚାୟତରେ ଉନ୍ନତିମୂଳକ କାମ କରିବା ପାଇଁ ସିକୁଆଁ ପଞ୍ଚାୟତବାସୀ ତାଙ୍କଠାରୁ ଆଶା ରଖିଛନ୍ତି ।

Leave A Reply

Your email address will not be published.