om academy

ରାଜ୍ୟରେ ସରପଞ୍ଚମାନଙ୍କୁ ଉପେକ୍ଷା କରୁଛନ୍ତି ରାଜ୍ୟ ସରକାର : ରାଜ୍ୟ ସରପଞ୍ଚ ମହାସଂଘ ସଭାପତି

jsm

ମ.ରାମପୁର, (ହେମନ୍ତ ସାହୁ) : ଆଜି ରାଜ୍ୟ ସରପଞ୍ଚ ମହାସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲା ଆସ୍କା ବ୍ଳକର ବାଲିସିରା ଶିବ ମନ୍ଦିର ପରିସରରେ ଦକ୍ଷିଣାଞ୍ଚଳ ଜୋନ୍ ସ୍ତରୀୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଶାସନ ପକ୍ଷରୁ ପୋଲିସ ଲଗାଇ ଜୋରଜବରଦସ୍ତ କାର୍ଯ୍ୟକ୍ରମକୁ ବନ୍ଦ କରାଗଲା । ତେଣୁ ଏହାକୁ ରାଜ୍ୟ ସରପଞ୍ଚ ମହାସଂଘ ତୀବ୍ର ନିନ୍ଦା କରିଛି । ତେଣୁ ଏହାର ପ୍ରତିବାଦରେ ଆଗାମୀ ଦିନରେ ସମସ୍ତ ବ୍ଳକର ବିଡ଼ିଓଙ୍କ ଜରିଆରେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ସରକାରଙ୍କୁ ଏହାର ଉଚିତ ଜବାବ ଦିଆଯିବ । ଗତ କିଛି ଦିନ ତଳେ ବିଧାନସଭା ସମ୍ମୁଖରେ ୨୨ଦିନ ଧରି ବିଭିନ୍ନ ଦାବୀ ନେଇ ମହାସଂଘ ପକ୍ଷରୁ ଗଣଧାରଣା ଦିଆଯାଇଥିଲେ ହେଁ କୌଣସି ସରକାର କିମ୍ବା ଶାସକ ଦଳର ମନ୍ତ୍ରୀ କି ବିଧାୟକ ଆଲୋଚନା ପାଇଁ ଘଟଣାସ୍ଥଳକୁ ଆସିଲେ ନାହଁ । ସରକାର ତଳ ସ୍ତରର ଜନ ପ୍ରତିନିଧିମାନଙ୍କୁ ଉପେକ୍ଷା କରୁଛନ୍ତି । ଆଗାମୀ ନିର୍ବାଚନରେ ଏହାର ପ୍ରଭାବ ନିଶ୍ଚୟ ପଡିବ । ଆଗାମୀ ଦିନରେ ଏହାର ଉଚିତ୍ ଜବାବ ଦିଆଯିବ ବୋଲି କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ପଞ୍ଚାୟତ ସଭାଗୃହଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରପଞ୍ଚ ମହାସଂଘ ସଭାପତି ରୋମାଞ୍ଚ ସାହୁ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରପଞ୍ଚ ମହାସଂଘ ରାଜ୍ୟ କମିଟି ସଦସ୍ୟ ଅନନ୍ତରାମ ମାଝୀ, ବୀଣାପାଣି ସାହୁ, ରାଜ୍ୟ ସୋସିଆଲ ମିଡ଼ିଆ ସଂପାଦକ ରାହୁଲ ସାହୁ, ଅଲାତରା ସରପଞ୍ଚ ସଂସ୍ମିତା ନାଗ, ଡୁଡୁକାରଞ୍ଜା ସରପଞ୍ଚ ସୂର୍ଯ୍ୟମଣି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.