oom

ସରକାରୀ ସହାୟତା ଅପେକ୍ଷାରେ ବିଧବା ମହିଳା

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଉପକଣ୍ଠ ଅଡ଼ଗାଁ ଗ୍ରାମର ପୁଷ୍ପା ଭୁଏ ଅତି ଅଳ୍ପ ବୟସରୁ ନିଜ ସ୍ୱାମୀଙ୍କୁ ହରାଇ ବର୍ତ୍ତମାନ ଦୁଇ ଶିଶୁ ସହିତ ଦୁର୍ଦ୍ଦିନରେ ଜୀବନଯାପନ କରୁଛନ୍ତି । ସେ ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି ।

ସୂଚନା କ୍ରମେ ନୂଆଁ ସରସରା ଗ୍ରାମର ପୁଷ୍ପା ଭୁଏ ଆଡ଼ଗାଁ ନିବାସୀ ସରୋଜ ଭୁଏଙ୍କୁ ବାହା ହୋଇଥିଲେ । ତାଙ୍କର ଦୁଇଗୋଟି ସନ୍ତାନ ରୋସନ ଭୁଏ(୧୨) ଓ ରଶ୍ମି ଭୁଏ(୩)ଙ୍କ ସହିତ ହସଖୁସିରେ ପରିବାର ଚଲିଆସୁଥିଲେ । ମାତ୍ର ଗତ ୧୧/୦୯/୨୦୨୦ରେ ତାଙ୍କର ସ୍ୱାମୀ ସରୋଜ ଭୁଏ ଶୌଚ ହେବାକୁ ଯାଇଥିବା ସମୟରେ ସ୍ଥାନୀୟ ସାହୁ ଟିକିରା ପୋଖରୀରେ ବୁଡି ମୃତ୍ୟବରଣ କରିଥିଲେ । ଏହା ପରଠାରୁ ତାଙ୍କର ଦୁର୍ଦ୍ଦିନ ଆରମ୍ଭ ହୋଇଯାଇଥିଲା । ଦୁଇ ଶିଶୁଙ୍କୁ ଧରି ଜୀବନଯାପନ କରିବା ଅତ୍ୟନ୍ତ କଷ୍ଟକର ହୋଇଯାଇଥିଲା । ବର୍ତ୍ତମାନ ସେ ଏକ ଝାଟିମାଟି ଘରେ ତାଙ୍କର ଦୁଇ ଶିଶୁ ସହିତ ଅତି କଷ୍ଟରେ ଜୀବନଯାପନ କରୁଛନ୍ତି । ପାଣିରେ ବୁଡି ମୃତ୍ୟୁବରଣ କରିଲେ ରାଜ୍ୟ ସରକାରଙ୍କ ତରଫରୁ ରହିଥିବା ଅନୁକମ୍ପା ରାଶି ତିନିବର୍ଷ ବିତିଯାଇଥିଲେ ମଧ୍ୟ ସେ ପାଇନାହାନ୍ତି ଏବଂ ସ୍ୱାମୀଙ୍କୁ ହରାଇବାର ତିନିବର୍ଷ ବିତିଯାଇଥିଲେ ମଧ୍ୟ ସେ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି । ଏଣୁ ସରକାରୀ ସହାୟତା ଯୋଗାଇଦେବା ସହିତ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପୁଷ୍ପା ରାଜ୍ୟ ସରକାରଙ୍କୁ କହଭରା କଣ୍ଠରେ ନିବେଦନ କରିଛନ୍ତି ।

jittmm
Leave A Reply

Your email address will not be published.