oom

ଓଡିଶା ଅବସରପ୍ରାପ୍ତ ସରକାର କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହ ମନ୍ଦିରଠାରେ ସଭାପତି ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୋଟ ୨୧ ଜଣ ସଭ୍ୟ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ସାଧାରଣ ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଆଜୀବନ ସଦସ୍ୟତା ଗ୍ରହଣ କରିଥିବା ହରେକୃଷ୍ଣ ତ୍ରିପାଠୀ ମହୋଦୟଙ୍କୁ ସ୍ୱାଗତ କରାଯାଇଥିଲା ଏବଂ ଶ୍ରୀ ତ୍ରିପାଠୀ ନିଜର ପରିଚୟ ପ୍ରଦାନ କରିଥିଲେ । ଆସନ୍ତା ତା.୨୧.୦୪.୨୦୨୪ ରବିବାର ଦିନ ସାପ୍ତାହିକ ବଜାରଠାରେ ଦହିପଣା ବଣ୍ଟନ କରିବା ପାଇଁ ସଂପାଦକ ପ୍ରସ୍ତାବ ଆଗତ କରିଥିଲେ ଏବଂ ଉପରୋକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ଆଜିକାର ସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବୈଠକରେ ଉପସଭାପତି ପର୍ଶୁରାମ ନାୟକ ଓ ପ୍ରସନ୍ନ କୁମାର ମିଶ୍ର, ସଭ୍ୟ କୃଷ୍ଣଚନ୍ଦ୍ର ମହାକୁର, କୃଷ୍ଣଚନ୍ଦ୍ର ନାଥ, ଲୋକନାଥ ନେପାଳ, ଯୁଗ୍ମ ସଂପାଦକ ପୁରୁଷୋତ୍ତମ ପଣ୍ଡା, ହରେକୃଷ୍ଣ ପଟେଲ, ପ୍ରଦୀପ କୁମାର ସାହୁ, ଚୈତନ୍ୟ ପଟେଲ, ବୈକୁଣ୍ଠ ସ୍ୱାଇଁ, ଡା. ଦେବଦତ୍ତ ମିଶ୍ର, ତିର୍ଥବାସୀ ଡାଙ୍ଗ, ଡା. ଉମାକାନ୍ତ ପାତ୍ର, ଭକ୍ତବନ୍ଧୁ ନାଏକ, ଡା. ଧିରେନ୍ଦ୍ର କୁମାର ସାହୁ, ପୂର୍ବତନ ସଭାପତି ନୀଳମଣି ମିଶ୍ର ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ସଭ୍ୟ କୃଷ୍ଣଚନ୍ଦ୍ର ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.