oom

ରୋଟାରୀ ସେଣ୍ଟ୍ରାଲ ତରଫରୁ ଥଣ୍ଡା ପାଣି ଏବଂ ସରବତ ବଣ୍ଟନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏ ବର୍ଷ ଭିଷଣ ଖରା ଅନୂଭୁତ ହେଉଛି । ବଲାଙ୍ଗିର ତଥା ଆଖପାଖ ଅଂଚଳରେ ଖରା ରେକର୍ଡ କରୁଛି । ଏଭଳି ସ୍ଥଳେ ସହରରେ ଯାତାୟତ କରୁଥିବା ଲୋକେ ପିଇବା ପାଇଁ ଥଣ୍ଡା ପାଣି ମୁନ୍ଦିଏ ନ ପାଇ ହଇରାଣ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ସମଲେଶ୍ୱରୀ ମନ୍ଦିର ଛକ ଠାରେ ରୋଟାରୀ ସେଣ୍ଟ୍ରାଲ ତରଫରୁ ସରବତ ଏବଂ ଥଣ୍ଡା ପିଇବା ପାଣି ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନବ ନିର୍ବାଚିତ ପୌରାଧ୍ୟକ୍ଷା ଲିକା ସାହୁ ତଥା ରୋଟାରୀ ସେଣ୍ଟ୍ରାଲର ପ୍ରତିଷ୍ଠାତା ବିଜେଡି ନେତା ବିଷ୍ଣୁ ପ୍ରସାଦ କେଡିଆ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ରୋଟାରିଆନ ତଥା ମନୋନିତ ସଭାପତି ହରିବନ୍ଧୁ ନାୟକଙ୍କ ଉଦ୍ୟମ କ୍ରମେ ଏହି କାର୍ଯ୍ୟକ୍ରମରେ ସଭାପତି ମନୋଜ ଅଗ୍ରୱାଲ, ସଂପାଦକ ନିର୍ମଳ ଅଗ୍ରୱାଲ, ପୂର୍ବତନ ସଭାପତି ରାଜ କୁମାର ମୋଦୀ, ଭଜନ ଅଗ୍ରୱାଲ, ରାଜେଶ ଅଗ୍ରୱାଲ, ଦିନେଶ ଅଗ୍ରୱାଲ, ରାଜିବ ହୋତା, ମନୋଜ ଜୈନ, କୈଳାସ ଅଗ୍ରୱାଲଙ୍କ ସହିତ କମଲ ଅଗ୍ରୱାଲ, ଶୈଳେସ ଜୈନ, ରଂଜିତ ଅଗ୍ରୱାଲ, ରାଜେଶ ମଲଙ୍ଗ, ଅମର ମଲଙ୍ଗ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.