ସୁବର୍ଣ୍ଣପୁର, ( ରାଜ କିଶୋର ତ୍ରିପାଠୀ ) : ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆୟୋଜନରେ ଇଙ୍କଫେଷ୍ଟ୍ ଏବଂ ସପ୍ତମ ବାର୍ଷିକ ପୁସ୍ତକ ଓ ସାରସ୍ଵତ ମେଳା ଆସନ୍ତା ୧୪ ତାରିଖ ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ୮୪ ଜଣ ବହି ପ୍ରକାଶନ ସଂସ୍ଥା, ପ୍ରକାଶକ ଓ ପୁସ୍ତକ ବିକ୍ରେତା ଯୋଗଦାନ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି ତେଣୁ ଏଥି ନିମନ୍ତେ ଚଳିତ ବର୍ଷ ୮୪ ଗୋଟି ପୁସ୍ତକ ଷ୍ଟଲ ନିର୍ମାଣ କରାଯାଇଥିବା ସୂଚନା ମିଳିଛି । ପ୍ରତିଦିନ ସନ୍ଧ୍ୟାରେ ଜିଲ୍ଲାର ଇତିହାସ, କଳା, ସାହିତ୍ୟ, ସଂସ୍କୃତି, ଶିଳ୍ପ, ବିକାଶ ଓ ସାଂପ୍ରତିକ ବିଷୟବସ୍ତୁ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହେବାକୁ ଥିବାବେଳେ ସୁବର୍ଣ୍ଣପୁରର ଟେରାକୋଟା -ଐତିହ୍ୟ ଓ ଶିଳ୍ପ ସୃଜନର ଉତ୍ତରାଧିକାର, ସନ୍ଥକବି ଭୀମଭୋଇଙ୍କ କୃତି – ସ୍ତୁତି ଚିନ୍ତାମଣି – ଶତ ସ୍ଫୁରଣ, ସାଂପ୍ରତିକ ଶିକ୍ଷା ବ୍ୟବସ୍ଥାରେ ଅଭିଭାବକତ୍ଵ, ସୁବର୍ଣ୍ଣପୁର ରାଜଦରବାରର ସାରସ୍ଵତ ସୃଜନ, ମୁଦ୍ରଣ ଓ ମୂଲ୍ୟବୋଧ, ମହାନଦୀ ଜଳ ପ୍ରଦୂଷଣ ଓ ଆମ ଜୀବନଜୀବିକା ସହିତ ବହୁଭାଷୀ କବିତା ଆସର ଆୟୋଜନ ପାଇଁ ସ୍ଥିରହୋଇଛି । ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲାପାଳ ଡ. ନୃପରାଜ ସାହୁ, ଇଙ୍କଫେଷ୍ଟର ସଭାପତି ସ୍ୱାଧୀନ ମେହେର, ସମ୍ପାଦକ ଅମ୍ବୁଜ ବିହାରୀ ଶତପଥୀ, ଉପସଭାପତି ଗତିକୃଷ୍ଣ ମିଶ୍ର, ଡ଼ିଆଇପିଆରଓ ଅର୍ଜୁନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।