oom

ପ୍ରଭାବତୀ ପବ୍ଲିକ ସ୍କୁଲରେ ପରୀକ୍ଷାର୍ଥୀଙ୍କୁ ତିଲକ ଲଗାଇ ସଫଳତାର ମନ୍ତ୍ର ଦେଲେ ସ୍କୁଲ ଅଧ୍ୟକ୍ଷା

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦଶମ ବୋର୍ଡ ପରୀକ୍ଷା ଫେବୃଆରୀ ୧୬ ତାରିଖ ଦିନଠାରୁ ଆରମ୍ଭ ହୋଇଥିଲା । ଯେହେତୁ ବୋର୍ଡ ପରୀକ୍ଷାରେ ବିଦ୍ୟାର୍ଥୀଙ୍କ ଉପରେ ଚାପ ରହିଥାଏ, ଏହାକୁ ଦୂର କରିବା ପାଇଁ ସଫଳତାର ମନ୍ତ୍ର ଦେବା ସହ ରୀତିନୀତି ଅନୁସାରେ ତିଲକ ଲଗାଇ ଆଶୀର୍ବାଦ ପ୍ରଦାନ କରି ପରୀକ୍ଷା କେନ୍ଦ୍ରକୁ ସବୁଦିନ ପଠାଉ ଥିଲେ ପ୍ରଭାବତୀ ପବ୍ଲିକ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଧ୍ୟକ୍ଷା ଡ. ସୁନନ୍ଦା ଜତି । ବୁଧବାର ସକାଳୁ ଶେଷ ପରୀକ୍ଷା ଥିବା ବେଳେ ଆମ ପ୍ରତିନିଧି ଏହା ଦେଖିବାକୁ ପାଇଥିଲେ । ଏ ବିଷୟରେ ପଚାରିବାରୁ ସ୍କୁଲ ଅଧ୍ୟକ୍ଷା ଡ. ଜତି ପିଲାଙ୍କୁ ଉତ୍ସାହିତ କରିବା ତଥା ତାଙ୍କର ମନୋବଳ ବଢ଼ାଇବା ପାଇଁ ଏହି ପ୍ରୟାସ ଆମେ କରୁଛୁ ବୋଲି କହିଥିଲେ । ଏହି ତିଲକ କରିବା ସମୟରେ ସ୍କୁଲ ଏଡମିନ ଡାଇରେକ୍ଟର ଧରିତ୍ରୀ ମହାନ୍ତି, ଏକାଡେମୀକ ଡାଇରେକ୍ଟର ସନ୍ତୋଷ ମଲ୍ଲିକ, ଶିକ୍ଷକ ଚିତ୍ତରଞ୍ଜନ ଚାନ୍ଦ, ବନମାଳୀ ପଣ୍ଡା, ଶିକ୍ଷୟିତ୍ରୀ ସୁଚିତା ମିଶ୍ର, ଇପ୍ସିତା ମିଶ୍ରଙ୍କ ସମେତ ସ୍କୁଲର ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.