oom

ଜାତୀୟ ଛାତ୍ର ଅନୁସନ୍ଧାନ ସମ୍ମିଳନୀ ୨୦୨୨-୨୩ରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ବଲାଙ୍ଗିରର ସଫଳତା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ବଲାଙ୍ଗିରର କମ୍ପ୍ୟୁଟର ସାଇନ୍ସ ବିଭାଗ ଗୁଜୁରାଟର ଗଣପତି ବିଶ୍ୱବିଦ୍ୟାଳୟ ଦ୍ୱାରା ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟି ମିଳିତ ସହଯୋଗରେ ଆୟୋଜିତ ଇଘଠଋଝଐଇଘ-୨୦୨୨-୨୩ ଜାତୀୟ ଛାତ୍ର ଅନୁସନ୍ଧାନ ସମ୍ମିଳନୀରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । କମ୍ପ୍ୟୁଟର ସାଇନ୍ସ ବିଭାଗର ମୁଖ୍ୟ ପ୍ରଫେସର ଦେବବ୍ରତ ଡନସନାଙ୍କ ସହ ରଜତ ସାହୁ ଏବଂ ତିନିଜଣ ଛାତ୍ର ସୌମ୍ୟ ପୋଢ (ନେତା), ପାର୍ଥ ପ୍ରତୀମ ଖାମାରି ଏବଂ ସମୀର ଜେନଙ୍କ ଦ୍ୱାରା ‘କୋସମିକ କୋଡର’ ନାମକ ଏକ ଦଳ ଏହି ବିଶ୍ୱବିଦ୍ୟାଳୟର ପ୍ରତିନିଧିତ୍ୱ କରିଥିଲେ । ଦଳର ଉଦ୍ଭାବନ ପ୍ରୋଜେକ୍ଟରେ ଲୋକମାନେ ସେମାନଙ୍କର ପ୍ରତିଦିନ ଜୀବନରେ ସମ୍ମୁଖୀନ ହେଉଥିବା ଉଦାସୀନତା ଏବଂ ଆତ୍ମହତ୍ୟା ସମସ୍ୟାର ସମାଧାନ କରିବାକୁ ଲକ୍ଷ୍ୟ ରଖିଥିଲେ, ଯାହା ବିଚାରପତି ଓ ଦର୍ଶକଙ୍କୁ ପ୍ରଭାବିତ କରିଥିଲା । ସେମାନେ ୫୦୦୦୦/- ଟଙ୍କା ପୁରସ୍କାର ସହିତ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଏହି ପ୍ରତିଯୋଗିତାରେ ଭାରତର ବିଭିନ୍ନ ଜୋନ୍ (ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଏବଂ କେନ୍ଦ୍ର)ର ୧୪ଟି ବିଶ୍ୱବିଦ୍ୟାଳୟ ଓ ୧୬ଟି ରାଜ୍ୟରୁ ୭୬ଟି ପ୍ରକଳ୍ପ ଏବଂ ୧୬୫ ଜଣ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ୧୬ ଓ ୧୭ ମାର୍ଚ୍ଚ ୨୦୨୩ରେ ଆୟୋଜିତ ହୋଇଥିଲା । ଏହି ସଫଳତା ଦଳ ତଥା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିର ପାଇଁ ଗର୍ବ ଏବଂ ଗୌରବ ଆଣିଛି । ଏହି ସ୍ମାରକୀ ତଥା ପ୍ରେରଣାଦାୟକ ସଫଳତାକୁ ପାଳନ କରିବା ପାଇଁ କ୍ୟାମ୍ପସରେ ଏକ ସମାରୋହ ଆୟୋଜନ କରିଥିଲେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଉମାବଲ୍ଲଭ ମହାପାତ୍ର, ରେଜିଷ୍ଟ୍ରାର ଯୁଧିଷ୍ଠିିର ନାୟକ ଏବଂ ପିଜି କାଉନସିଲର ଅଧ୍ୟକ୍ଷ ଶ୍ରୀମତୀ ଡି.ମେହେର ।

jittmm
Leave A Reply

Your email address will not be published.