ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଆସ୍ଥା ତରଫରୁ ସିଭିକ ସେଣ୍ଟର ଠାରେ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଅନନ୍ୟା ନାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସ୍ଥାର ସଭାପତି ବିଷ୍ଣୁ ମୋହନ ମିଶ୍ରଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ଆଲୋକ କୁମାର ଜେନାଙ୍କ ଆବାହକତ୍ୱ ଓ କୁନିରାଣୀ ବିଶ୍ୱାଳ ତଥା ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍ଏସ୍ପି ଖଣି ବିଭାଗର ନିର୍ବାହୀ ନିର୍ଦ୍ଦେଶକ ମୁନ୍ନା ପ୍ରସାଦ ସିଂ ମୁଖ୍ୟ ଅତିଥି, ସ୍ୱତନ୍ତ୍ର ଅତିଥି ଭାବେ ଆର୍ କେ ଗୁପ୍ତା, ଆଦିତ୍ୟ ବିର୍ଲା ଗୃପର ଡ. ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଡାକ୍ତର ହରିଶ ଦାସ, ଲାୟନ୍ସ କ୍ଲବର ସଭାପତି ବୈଶାଳୀ ଖେଡିଆ, ସୁରଭି ସଙ୍ଗୀତ ଅନୁଷ୍ଠାନର ମୁଖ୍ୟ ସ୍ମିତା ମିଶ୍ର ଓ ସମ୍ବଲପୁରର ବିଶିଷ୍ଠ ସଂଗୀତକାର ମମତା ଜେନା ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ଆସ୍ଥା ଅନୁଷ୍ଠାନର ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ । ନାରୀ ସର୍ବଦା ଏକ ଅଲଗା ପରିଚୟ, ସଶକ୍ତ ଓ ସମ୍ପ୍ରତି ନୂତନ ଦିଗଦର୍ଶକ ବୋଲି ନାରୀ ସଶକ୍ତି କରଣ ଦିଗରେ ଆସ୍ଥାର ନାମକରଣ (ଅନନ୍ୟା ନାରୀ) ଖୁବ ସୁନ୍ଦର ବୋଲି ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ ବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଆଜିର ସମାଜରେ ନାରୀ କୌଣସି ଦିଗରେ ପଛରେ ନାହିଁ ବୋଲି ମତ ରଖିଥିଲେ । ପ୍ରାରମ୍ଭରେ ଆସ୍ଥାର ସାମାଜିକ ମାଧ୍ୟମ ଅଧିକାରୀ ପ୍ରତୀକ୍ଷା ସାହୁ ସ୍ଵାଗତ ଭାଷଣ ସହ ସମସ୍ତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ସାଂସ୍କୃତିକ ସମ୍ପାଦିକା ଶିବାନୀ ରାଣା ମହିଳା ଦିବସରେ ଉପରେ ଆସ୍ଥାର ନୂତନ ନାମକରଣ ଅନନ୍ୟା ନାରୀ ଉପରେ ବାଖ୍ୟା କରି ଆସ୍ଥାର ବିଭିନ୍ନ କ୍ଷେତ୍ରରେ ନାରୀ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ଉପରେ ଆଲୋକପାତ କରିଥିଲେ । ଶେଷରେ ସାଧାରଣ ସମ୍ପାଦକ ଆଲୋକ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ରାଜ କୁମାର ପଣ୍ଡା, ସାଂସ୍କୃତିକ ସମ୍ପାଦିକା ଶିବାନୀ ରଣା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଡାକ୍ତରୀ, ଶିକ୍ଷା, ସମାଜସେବା, ଖେଳାଳି, ଗାୟିକା ଓ ଫ୍ୟାଶନ ପରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବିଶିଷ୍ଟ ନାରୀ ସମ୍ମାନରେ ଡ. ଲୋପାମୁଦ୍ରା ପ୍ରିୟଦର୍ଶିନୀ, ମମତା ଜେନା, ଡ଼ ଜନନୀ ମିଶ୍ର, ଊର୍ମିଳା ବେହେରା, ନୀତା କର, ଶ୍ରୀୟା ଗୁପ୍ତାଙ୍କୁ ଅନନ୍ୟା ନାରୀ ମେମୋଣ୍ଟୋ, ଉପଢୌକନ ସହ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବାଦିକତା କ୍ଷେତ୍ରର ବିଶିଷ୍ଠତା ପାଇଁ କୁଞ୍ଜବିହାରୀ ରାଉତ ଓ ସୁଜ୍ଞାନୀ ରାୟଙ୍କୁ ବିଶିଷ୍ଠ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଉକ୍ତ ସନ୍ଧ୍ୟାରେ ସଙ୍ଗୀତ ଏବଂ ରୋଜା ନୃତ୍ୟାନୁଷ୍ଠାନ ନୃତ୍ୟ ସହ ତିନୋଟି ନୃତ୍ୟ ଓ ନୃତ୍ୟ ନିର୍ଦେଶିକା ସସ୍ମିତା ଜେନା, ବିଉଟିସିଆନ ସୋମେଶ୍ଵରୀଙ୍କ ଅଧ୍ୟକ୍ଷତାରେ ଏକ ଚିତାକର୍ଷକ ଫ୍ୟାସନ ସୋ’ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରଜ୍ଞା ପରମିତା ଦାସ, ପର୍ଶୁରାମ ମଲ୍ଲିକ, ମଧୁମିତା ପଣ୍ଡା, ମନୀଷା ଜେନା, ରାଜା ଭଗତ, ସରୋଜିନୀ ପତି, ପ୍ରାଞ୍ଜଳୀ ନାଗ, ସୁକାନ୍ତି ପ୍ରଧାନ, ସୁଜାତା ଖଟୁଆ, ମଧୁସ୍ମିତା ମହାନ୍ତି, ବିଷ୍ଣୁ ପ୍ରିୟା ସ୍ଵାଇଁ, ବିପ୍ଳବିନୀ ବ୍ରହ୍ମା, କାର୍ତ୍ତିକ ଖଣ୍ଡୁଆଳ, ପୂର୍ଣ୍ଣିମା ଭଟ୍ଟାଚାର୍ଯ୍ୟ, ଶୁଭଲକ୍ଷ୍ମୀ ପାତ୍ର, ସୁରେଶ ରାଉତରାୟ, ହରେନ୍ଦ୍ର ନାୟକ, ବିଭୁତି ସେଠି, ଅନ୍ତର୍ଯ୍ୟାମୀ ରାଉତ, ତପନ ବେହେରା ଏବଂ କ୍ଷିତିଷ ଜେନା ପ୍ରମୁଖ ସହଯୋଗ କରିଥିଲେ ।