ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଧପାଲି ଠାରେ ସ୍ୱଚ୍ଛତା ପକ୍ଷ ଶପଥ ପାଠ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବନ୍ଧପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବନ୍ଧପାଲି ଠାରେ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି । ଏଥିରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଥବିର ବୁଡେକଙ୍କ ସଭାପତିତ୍ୱରେ ଏକ ଶପଥ ପାଠ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛାତ୍ରଛାତ୍ରୀମାନଙ୍କୁ ସ୍ୱଚ୍ଛତା ଉପରେ ଶିକ୍ଷା ଦିଆଯିବା ସଙ୍ଗେ ସଙ୍ଗେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ପରେ ବିଦ୍ୟାଳୟର ଆଖ ପାଖ ପରିବେଶକୁ ସଫା ସୁତୁରା କରାଯାଇଥିଲା । ଏଥିରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଶ୍ୱିନୀ କୁମାର ବେହେରା, ପ୍ରସନ୍ନ କୁମାର ତାଣ୍ଡି, ହେମକାନ୍ତ ମେହେର ଏବଂ ଶିକ୍ଷୟିତ୍ରୀ ଦୀପ୍ତିମୟୀ ପଧାନ, ସାଗରିକା ଘିବେଲା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପହିଲ ବୁଡେକ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.