ତମ୍ବାଖୁ ମୁକ୍ତ ଯୁବା ଅଭିଯାନ ଓ ଶପଥ ପାଠ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ରାଷ୍ଟ୍ରୀୟ ସେବା ଯୋଜନାର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ‘ତମ୍ବାଖୁ ମୁକ୍ତ ଯୁବା ଅଭିଯାନ : ୨୦୨୩’ ଅବସରରେ ‘ସଚେତନତା ଓ ଶପଥ ପାଠ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ମାର୍ଗଦର୍ଶନ ତଥା ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ତମ୍ବାଖୁ ମୁକ୍ତ ସଚେତନତା କାର୍ଯ୍ୟକ୍ରମରେ ଲକ୍ଷ୍ମଣ ନାଥ ଦାସ ମୁଖ୍ୟ ଅତିଥି ଏବଂ ପ୍ରାଧ୍ୟାପକ ଡଃ ରବୀନ୍ଦ୍ର କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଦାସ ସ୍ୱେଚ୍ଛାସେବୀମାନଙ୍କୁ ବାର୍ତ୍ତା ଦେଇ କହିଲେ ଯେ, ଯୁବ ସମାଜ ଆଜି ପଥଭ୍ରଷ୍ଟା ତମ୍ବାଖୁର ବିଷ ବୃତ୍ତରୁ ବାହାରି ଆସି ବ୍ୟକ୍ତିଗତ, ପାରିବାରିକ, ସାମାଜିକ, ରାଷ୍ଟ୍ରୀୟ ତଥା ବୈଶ୍ୱକ ସୁସ୍ଥତା ସହ ଏକ ପରିପୂର୍ଣ୍ଣ ଦିବ୍ୟ ଜୀବନ ତା’ର ଧ୍ୟେୟ ହେବା ଉଚିତ । ସମ୍ମାନିତ ଅତିଥି ଡ. ଜେନା କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ସ୍ୱେଛାସେବୀମାନଙ୍କ କର୍ତ୍ତବ୍ୟ ସଂପର୍କରେ ଆଲୋଚନା କରିଥିଲେ । ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ସ୍ୱେଚ୍ଛାସେବୀମାନଙ୍କୁ ‘ଶପଥ ପାଠ’ କରାଇଥିଲେ । ପ୍ରୋଗ୍ରାମ ଅଫିସର ଅଧ୍ୟାପକ ପାଟ୍ଟଶାଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏବଂ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପିକା ଶ୍ରୀମତୀ ରଶ୍ମିପ୍ରଭା ମଥାନ । ଏ ଅବସରରେ ସ୍ୱେଚ୍ଛାସେବୀମାନେ କଲେଜର ପ୍ରମୁଖ ସ୍ଥାନମାନଙ୍କରେ ତମ୍ବାଖୁ ମୁକ୍ତ ପରିସରର ପୋଷ୍ଟର ଲଗାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱେଛାସେବୀ ଅଜୟ ଗୌଡ, ବିଶାଳ କୁମାର ରାମ, ଅରୁଣ କୁମାର ମହାନ୍ତି, ନୟନ ଆଚାର୍ଯ୍ୟ, ଶିବମ ସିଂ, ଅଶୋକ କିଷାନ, ପ୍ରକାଶ ମେହେର, ଅନୁ ଧନୱଆର, ବିକାଶ ମାହାତୋ, ରୂପେଶ ଗୋପ, ଐଶ୍ୱର୍ଯ୍ୟା ସାହୁ, ଚନ୍ଦା ବାରିକ, ମମତା କିଷାନ, ଅନିତା ଜଗଦେବ, ନିଲମ୍ ବେଗମ୍, ଅଙ୍କିତା ଶରଣ, ସୌମ୍ୟରଞ୍ଜନ ମହାନ୍ତି, ଲିପ୍ସା ବଳିୟାର ସିଂହ, ସୁଶ୍ରୀରେଖା ବେହେରା, କ୍ରାନ୍ତି ଓରାମ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.