oom

ନାଗରିକ କମିଟି ବଲାଙ୍ଗିରର ନୂତନ କାର୍ଯ୍ୟକାରିଣୀ କମିଟିର ଶପଥ ଗ୍ରହଣ ଉତ୍ସବ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟର ସଭାଗୃହରେ ନାଗରିକ କମିଟି ବଲାଙ୍ଗିରର ନୂତନ କାର୍ଯ୍ୟକାରିଣୀ ବୈଠକର ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସଭାପତି ବେଲାରସିଂ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦକ ମନୋରଂଜନ ସାହୁ ତାଙ୍କର ଦୁଇ ବର୍ଷ ତିନି ମାସ କାର୍ଯ୍ୟକାଳ ଭିତରେ ସମ୍ପାଦିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ସଭାପତି ବେଲାରସିଂ ଭୋଇ ନବ ନିର୍ବାଚିତ ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହିତ ତାଙ୍କ କାର୍ଯ୍ୟକାଳ ସମୟରେ ମିଳିଥିବା ସହଯୋଗ ଓ ସଦିଚ୍ଛା ସକାଶେ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ନିର୍ବାଚନ ଅଧିକାରୀ ଅଶୋକ କୁମାର ମିଶ୍ର କାର୍ଯ୍ୟକାରିଣୀ କମିଟିର ନବ ନିର୍ବାଚିତ ସଦସ୍ୟମାନଙ୍କୁ ଶପଥପାଠ କରାଇଥିଲେ । ମନୋରଂଜନ ସାହୁ ନବ ନିର୍ବାଚିତ ସମ୍ପାଦକ ମଧୁସୁଦନ ନାୟକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ନିର୍ବାଚନ ଅଧିକାରୀ ଅଶୋକ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଡ. ଶ୍ରୀକର ମିଶ୍ର ଓ ମଧୁସୂଦନ ନାୟକ ଯଥାକ୍ରମେ ସଭାପତି ଓ ସମ୍ପାଦକ ଆସନ ଅଳଙ୍କୃତ କରିଥିଲେ । ପ୍ରକାଶ ଥାଉକି ସଭାପତି ପଦ ପାଇଁ ଡ. ଶ୍ରୀକର ମିଶ୍ର, ଉପ-ସଭାପତି ପଦ ପାଇଁ ନିତ୍ୟାନନ୍ଦ ମିଶ୍ର, ଯୁଗ୍ମ ସମ୍ପାଦକ ପଦ ପାଇଁ ସୁନିଲ ଚନ୍ଦ୍ର ବଶ୍ୱାଲ ଓ କୋଷାଧ୍ୟକ୍ଷ ପଦ ପାଇଁ ଗଜେନ୍ଦ୍ର ତ୍ରିଭୁନଦାଶ ଭମର ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ବେଳେ ମଧୁସୂଦନ ନାୟକ ପ୍ରତିଦ୍ୱନ୍ଦିତାରେ ୧୩୬ ଖଣ୍ଡ ଭୋଟ ପାଇ ବିଜେତା ହୋଇଥିଲେ । ସେହିପରି ପ୍ରତିଦ୍ୱନ୍ଦିତାରେ ବିଜୟଲାଭ କରି ଶରତ କୁମାର ମହାକୁର, ପ୍ରଦୀପ ସାହୁ, ଋତୁରାଜ ସିଂ, ବିନୟ କୁମାର ମିଶ୍ର, ତରୁଣ କୁମାର ମିଶ୍ର, ଗୌର ଚନ୍ଦ୍ର ପୁରୋହିତ, ଗୋପବନ୍ଧୁ ପୁରୋହିତ, ଡ. ପ୍ରମୋଦ କୁମାର ମିଶ୍ର, ବିନୋଦ ବିହାରୀ ପାଣିଗ୍ରାହୀ, ଧର୍ମବ୍ରତ ରଥ ଓ ନରେନ୍ଦ୍ର କୁମାର ଆଚାର୍ଯ୍ୟ କାର୍ଯ୍ୟକାରିଣୀ କମିଟିକୁ ନିର୍ବାଚିତ ହୋଇଛନ୍ତି । ସଭାପତି ଡ. ଶ୍ରୀକର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକାରୀ କମିଟିର ସମସ୍ତ ସଦସ୍ୟ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ମଧୁସୂଦନ ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିକ୍ରମାନନ୍ଦ ବହିଦାର, ପ୍ରଭାକର ମିଶ୍ର, ଗୋପଭୂଷଣ ନାଥ, କିଶୋର କୁମାର ମିଶ୍ର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଶତୃଘ୍ନ ସିଂଙ୍କ ସମେତ ନାଗରିକ କମିଟିର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.