ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲାଙ୍କ ଦେହାନ୍ତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଓଡ଼ିଆ ସଙ୍ଗୀତ ଜଗତର ବେଶ୍‌ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲା(୫୫)ଙ୍କ ଦେହାନ୍ତ ହୋଇଥିବା ଖବର ମଳିଛି । ସୂଚନା ଅନୁସାରେ କିଛିଦିନ ହେବ କୋଭିଡରେ ସେ ଆକ୍ରାନ୍ତ ଥିଲେ । ତେବେ ଆଜି ଦେହ ଭୀଷଣ ଖରାପ ହେବାରୁ ମେଡିକାଲ୍‌ ନେବା ବାଟରେ ଶାନ୍ତିରାଜ ଚାଲିଯାଇଥିଲେ । ସବୁଦିନ ପାଇଁ ଆଖି ବୁଜିଦେଲେ ଶାନ୍ତିରାଜ ଖୋସ୍‌ଲା । ବହୁ ଆଲବମ ଓ ଓଲିଉଡ୍‌ରେ ସଙ୍ଗୀତ ନିର୍ଦେଶନା ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ସେ ।

ଶାନ୍ତିରାଜ ନିଜ ଫିଲ୍ମ କ୍ୟାରିୟରରେ ଅନେକ ସୁପରହିଟ୍‌ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତାମଧ୍ୟରୁ ଧନରେ ରଖିବୁ ଶପଥ ମୋର, ବାଇଶି ପାହାଚେ ଖେଳିବ ମୀନ,  ତୋର ମୋର ଯୋଡି ସୁନ୍ଦର, ଫେରିଆ’… ପରି ୨୦ରୁ ଅଧିକ ସିନେମା ଆଉ ୨ ହଜାରରୁ ଅଧିକ ଆଲବମ ଗୀତରେ ସେ ସଂଗୀତ ନିର୍ଦେଶନା ଦେଇଥିଲେ । ଶାନ୍ତିରାଜ ଖୋସ୍‌ଲା ଫେରିଆ’ ପାଇଁ ରାଜ୍ୟ ଚଳଚିତ୍ର ପୁରସ୍କାର ପାଇଥିଲେ ।

ଓଡ଼ିଆ ସିନେ ଜଗତରେ ସେ ଜଣେ ପ୍ରତିଷ୍ଠିତ ସଙ୍ଗୀତକାର ଭାବେ ଖୁବ୍ ପରିଚିତ ଥିଲେ । ଗତ କିଛିଦିନ ହେବ କୋଭିଡ଼ରେ ଆକ୍ରାନ୍ତ ହୋଇ ସେ ନିଜ କଟକ ସ୍ଥିତ ନିଜ ବାସଭବନରେ ଚିକିତ୍ସିତ ହେଉଥିଲେ । ଆଜି ସକାଳୁ ହଠାତ୍ ଦେହ ଖରାପ ହେବାରୁ ତାଙ୍କୁ ମେଡିକାଲ୍ ନିଆଯାଉଥିଲା ଓ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ସଙ୍ଗୀତ ଜଗତ ଓ ସିନେ ଜଗତର ବିରାଟ କ୍ଷତି ହୋଇଛି ବୋଲି କୁହାଯାଇଛି ।

Leave A Reply

Your email address will not be published.