ଆଗଲପୁର ବ୍ଲକର ୧୫ଟି ଗ୍ରାମରେ ଗଡ଼ିଲା ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକର ସି.ଡି.ପି.ଓ ଶୁଭଶ୍ରୀ ମିଶ୍ର, ଗୋଷ୍ଠୀ ଉନ୍ନୟନ ମହାପାତ୍ର କୁଲଦୀପ ମହାନ୍ତି, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୁଦ୍ର ପ୍ରତାପ ସୁନା, ସୁପରଭାଇଜ୍‌ର ଦୁଲାରି ଧରୁଆ, ଡୁଡୁକା ପଦ୍ମିନୀ ପାତ୍ର, ପ୍ରଫୁଲ୍ଲ କୁମାର ଦୋରାଙ୍କ ସମେତ ସୋମନାଥ ମିର୍ଦ୍ଧା, ବିକାଶ ନାଏକ, ନବନିତା କୁମାର ମେହେର, ପ୍ରଣତି ନାଏକଙ୍କ ଉପସ୍ଥିତିରେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ ବ୍ଲକ୍ ଅନ୍ତର୍ଗତ ଆଗଲପୁର ଗ୍ରାମ ପଞ୍ଚାୟତ, ଆଗଲପୁର ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ର, ଆଗଲପୁର ପୋଲିସ ଷ୍ଟେସନ, ଡୁଡ଼ୁକା, କୁଟାସିଂହା, ଆଗଲପୁର, ଝାରମୁଣ୍ଡା, ସଲେଭଟା, ଟେନ୍ତୁଲିଗାଁ, କଟାପାଲି, ଡୁଙ୍ଗୁରିପାଲି, ହାଡ଼ଭଙ୍ଗା, ମୁରଶୁଣ୍ଢି, ନୀରବଚନ୍, ରୋଥ ଓ ବ୍ଲକ୍ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସଲେଭଟାକୁ ପରିକ୍ରମା କରି ୪ ପୃଷ୍ଟା ସମ୍ବଳିତ ପୋଷ୍ୟ ସନ୍ତାନ ଗ୍ରହଣ ଲେଫ୍ଲେଟ ପ୍ରଦାନ କରାଗଲା ଏବଂ ମାଇକ ଦ୍ୱାରା ପୋଷ୍ୟ ସନ୍ତାନର ଯୋଗ୍ୟତା, ଆବେଦନ ପ୍ରଣାଳୀ cara.wcd.gov.inରେ ପଞ୍ଜିକରଣ କରିବାକୁ ଗୀତ ମାଧ୍ୟମରେ ପ୍ରଚାର କରାଗଲା । ଏହି ରଥକୁ ପରିକ୍ରମା କରିବାକୁ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସାମାଜିକ କର୍ମୀ ପୁଷ୍ପାଞ୍ଜଳି ସୁନା, ଚାଇଲ୍ଡ ହେଲ୍ପ ଲାଇନର କେସ ୱାର୍କର ଶୁଭମ୍ ଜେନା ରଥକୁ ପରିକ୍ରମା କରାଇ ସଚେତନତା କରିବାପାଇଁ ଜନସାଧାରଣକୁ ଉତ୍ସହିତ କରିଥିବା ବେଲେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କାର୍ଯ୍ୟକ୍ରମ ପରିଚାଳକ ଦେବାଶିଷ ପଟେଲ ଏହି ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

jittmm
Leave A Reply

Your email address will not be published.