oom

ପାରମ୍ପରିକ ଖାଦ୍ୟ ଦେଶୀ ବିହନ ଏବଂ କଂସ ଦରବାର ସାଂସ୍କୃତିକ କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପାଞ୍ଚୟତ ପୀଠଠାରେ ନବନିର୍ବାଚିତ ସରପଞ୍ଚ ଉମାକାନ୍ତ ମେହେରଙ୍କ ପ୍ରତେକ୍ଷ ତତ୍ତ୍ୱବଧାନରେ ପରମ୍ପାରିକ ଖାଦ୍ୟ, ଦେଶୀ ବିହନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କଂସ ଦରବାର ହୋଇ କଂସ ମହାରାଜା ଗ୍ରାମ ପରିଭ୍ରମଣ କରି ସମସ୍ତ ଚାଷୀଙ୍କୁ ଉପଢେ଼øକନ ଦେଇ ଜଙ୍ଗଲର ପରିବେଶକୁ ସୁରକ୍ଷା ଦେଇ ନିଆଁଦାଉରୁ ରକ୍ଷା, ଜୀବଜନ୍ତୁଙ୍କୁ ସୁରକ୍ଷା ଦେଇ ହେବ ତା’ ଉପରେ କଂସ ମହାରାଜଙ୍କ ଉପରେ ନୂତନ ପିଢ଼ି ଓ ପରପିଢ଼ି ସହିତ ଦେଶୀ ବିହନକୁ ରଖିବା ଜୈବିକ ଖତ ତିଆରିବା, ଉପରେ ଚାଷୀମାନେ ଶପଥ କରିଥିଲେ । ଏହି ଚାଷ ପଦ୍ଧତିକୁ ଫେରିବା ପାଇଁ ଏବଂ ବିହନ ମିତ ବସିଥିଲେ ଏଥିରେ ଗ୍ରାମର ସ୍ଵଂୟ ସହାୟକ ଦଳର ସହଯୋଗରେ ଆର୍‌ସିଡିସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରରେ ବ୍ଲକ ଲେଭେଲ୍‌ ନଲେଜ୍‌ ଏକ୍ସଚେଜ୍‌ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଥିଲା ଏଥିରେ ୫ଟି ଗ୍ରାମ ପଞ୍ଚାୟତର ଓ ୩୦ଟି ଗ୍ରାମର ଚାଷୀ ବନବାସୀ ସ୍ଵଂୟ ସହାୟକ ଦଳ ଗ୍ରାମ ବିକାଶ କମିଟି ପଞ୍ଚାୟତ ପ୍ରତିନିଧି, ଗନ୍ଧମାର୍ଦନ ଖାଦ୍ୟ ସୁରକ୍ଷା ମହାସଂଘର ଟେକେନ୍ଦ୍ର ଜାଲ ଆର୍‌ସିଡିସି କର୍ମୀ ଦେବରାଜ ଭୁଏ, ଶମ୍ଭୁ ପ୍ରସାଦ ସାହୁ, ଲିଙ୍ଗରାଜ ନିଆଲ ବୈଖୁଣ୍ଠ ବାଗ ଓ ସଂଯୁକ୍ତା ତ୍ରିପାଠୀ ଅଂଶଗ୍ରହଣ କରିଥିଲେ । ଗଣମଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.