om academy

ସମାଜସେବୀଙ୍କ ହସ୍ତକ୍ଷେପ ପରେ ସନ୍ନାଉଲ୍ଲାଙ୍କୁ ମିଳିଲା ଭତ୍ତା ଓ ହୁଇଲ୍‌ଚେୟାର୍‌

jsm

ପୁରୀ, (କେପିଏନଏସ) : ନିମାପଡା ବ୍ଲକ ଚାରିଛକ ନିକଟ କଲାପାଞ୍ଚନ ପଞ୍ଚାୟତ ମାଧିବରହୁପୁର ଗ୍ରାମର ସନ୍ନାଉଲ୍ଲାଖା ଚାରି ଝିଅ ଓ ବିଧବା ବୁଢ଼ୀ ମା’କୁ ନେଇ ରୁହନ୍ତି । ସୂଚନା ଅନୁସାରେ ଗତ ଚାରି ବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାରେ ସନ୍ନାଉଲ୍ଲାଙ୍କର ଦୁଇଟିଯାକ ଗୋଡ ଅକର୍ମନ୍ୟ ହୋଇ ବସିଥିବା ବେଳେ ତାଙ୍କର ସ୍ତ୍ରୀ ପ୍ରାଣ ହରାଇଥିଲେ । ସେହିଦିନ ଠାରୁ ତାଙ୍କର ବିଧବା ମା’ ରାଜଗାରିଆ ଏକମାତ୍ର ପୁଅର ଚିକିତ୍ସା ପାଇଁ ଯାହା ଘରେ ଥିଲା ଧାନ ଚାଉଳ ଯାହାଥିଲା ସବୁ ବିକ୍ରି କରି ଚିକିତ୍ସା କରାଇଥିଲେ । ହେଲେ ପୁଅ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଲେ ନାହିଁ । ସେ ଜଣେ ନିରୀହ ସ ଗରିବ ବ୍ୟକ୍ତି । ମୂଳ ମଜୁରି ଲାଗି ପରିବାର ପ୍ରତିପୋଷଣ କରନ୍ତି । ବିଧବା ମା’ ଆଖପାଖ ଗାଁରୁ ମାଗି ଯାଚି ଆଣିଲେ ସେଥିରେ ପରିବାର ଚଲି ଯାଆନ୍ତି । ଏହି ସବୁ ସମସ୍ୟାକୁ ନେଇ ଏକ କୋହଭରା କାହାଣୀ ଗତ କିଛିଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ଘୁରି ବୁଲୁଥିଲା । ଏହା ଜାଣିପାରି କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ପୁରୀ ଜିଲ୍ଲାପାଳ ସାମର୍ଥ ବର୍ମା, ନିମାପଡା ବିଡ଼ିଓ, ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗଙ୍କ ଦୃଷ୍ଟି ଗୋଚର କରି ସନ୍ନାଉଲ୍ଲାଙ୍କୁ ଗୋଟିଏ ହୁଇଲଚେୟାର ଓ ଦିବ୍ୟାଙ୍ଗ ଭତ୍ତା ପ୍ରଦାନ କରିବାକୁ ନିବେଦନ କରିଥିଲେ । ଅଭିଯୋଗ ପାଇଁ ନିମାପଡା ବିଡ଼ିଓ ଏହାର ତଦନ୍ତ କରି ତାଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାମିଲ କରି ମାସିକ ୭ ଶହ ଟଙ୍କା ଦେବାର ବ୍ୟବସ୍ଥା କରି ତାଙ୍କୁ ପ୍ରଥମ ମାସର ଭତ୍ତା ପ୍ରଦାନ କରିଛନ୍ତି । ସେହିପରି ବିଡ଼ିଓଙ୍କ ଉପସ୍ଥିତିରେ ଏକ ହୁଇଲ୍‌ଚେୟାର୍‌ ମଧ୍ୟ ଦେଇଛନ୍ତି ବୋଲି ଜିଲ୍ଲାପାଳ ସମାଜସେବୀ ଯଶୋବନ୍ତ ରଣାଙ୍କୁ ସୂଚନା ଦେଇଛନ୍ତି । ସମାଜସେବୀ ଯଶୋବନ୍ତ ରଣାଙ୍କ ଏହିପରି ପ୍ରୟାସକୁ ସାଧାରଣରେ ବେଶ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.