ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସମ୍ମାନିତ

  • ବରଗଡ଼ର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ଏକ ଟିମ୍ ଆରକ୍ଷୀ ଅଧିକ୍ଷକଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଏହା ସହିତ ବରଗଡର ପାରକିଙ୍ଗ ଓ ଅସହାୟ ଲୋକଙ୍କୁ ସେବା ଯୋଗାଇବା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ । ଜନ କଲ୍ୟାଣ ସେବା ଟ୍ରଷ୍ଟର ମହାମାରୀ ସମୟରେ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ବିଷୟରେ ଏସ୍‌ପିଙ୍କୁ ଜଣାଇଥିଲେ । ଜନ କଲ୍ୟାଣ ସେବା ଟ୍ରଷ୍ଟ ସାହାର୍ଯ୍ୟ ମାଗି ମାଗି ସେବା କରୁଥିବା କଥା ଶୁଣି ଅନୁଷ୍ଠାନକୁ ଉଚ୍ଚ ପ୍ରଶଂସା କରିବା ସହିତ ନିସ୍ବାର୍ଥ ପର ଭାବେ ସେବା କରିବା ପାଇଁ ପରାମର୍ଶ ଦେଇଥିଲେ । ଦୁଇ ଚକିଆ ଗାଡ଼ି ଚାଳକଙ୍କ ପାଇଁ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ମୁକୁନ୍ଦ ଦାଶ, ମହିଳା ମୁଖ୍ୟ ମେନକା ବାଗ୍, ଆଜୀବନ ସଦସ୍ୟ ତଥା ସମାଜସେବୀ ବାନୋଦ ଅଗ୍ରୱାଲ, ମିନା ତ୍ରୀପାଠୀ, ସୁରେଶ ସ୍ବାଇଁ, କୁନୁ ସ୍ୱାଇଁ, ରୁଷଭ ହୋତା, ସରେଜ ନାଏକ, ଜନ କଲ୍ୟାଣ ସେବା ଟ୍ରଷ୍ଟର ଦିଲ୍ଲୀର ମିଡିଆ ପ୍ରଭାରୀ ସୁନିଲ୍ କୁମାର ସୁଶାନ୍ତ ପରିଡା ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଆଗାମୀ ଦିନରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ସମସ୍ତ ଛକ ମାନଙ୍କରେ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଅନୁଷ୍ଠାନର ସୂଚନା ଲୋକସମ୍ପର୍କ ଅଧିକାରୀ ଡକ୍ଟର ଅଜିତ କୁମାର ନାଥ ଏନେଇ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.