ସିରଜିନା ସମ୍ପାଦକ ରାଜ୍ୟରେ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିରଜିନା ସମ୍ପାଦକ ରାଜ୍ୟରେ ସମ୍ମାନିତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ସିରଜିନା ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ପିତା ସ୍ୱର୍ଗତ ଶ୍ୟାମ ସୁନ୍ଦର ମହାନ୍ତି ମା’ ବିନୋଦିନୀ ମହାନ୍ତିଙ୍କ ପୁତ୍ର ଅଟନ୍ତି । ସେ ଏକାଧାରରେ ଜଣେ ଶିକ୍ଷକ କବି, ନାଟ୍ୟକାର, ନିର୍ଦ୍ଦେଶକ ସଂଗଠକ ଓ ଜଣେ ସମ୍ପାଦକ । ତାଙ୍କ ସମ୍ପାଦନାରେ ଦୀର୍ଘ ପଚିଶ ବର୍ଷ ହେଲା ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଚାଲି ଆସୁଛି । ସମ୍ୱଲପୁରୀ ଆଉ ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ ନିଜର ଜୀବନକୁ ଉତ୍ସର୍ଗ କରି ଦେଇଛନ୍ତି । ତାଙ୍କର ଅନେକ ଗୁଡିଏ ନାଟକ ଓଡିଶାରେ ବିଭିନ୍ନ ରଙ୍ଗ ମଞ୍ଚରେ ମଞ୍ଚସ୍ଥ ହୋଇ ବହୁ ପୁରସ୍କାର ଓ ସମ୍ମାନ ପାଇ ସାରିଛନ୍ତି । ତାଙ୍କ ଦ୍ୱାରା ସମ୍ପାଦିତ ପତ୍ରିକା ସିରଜିନା ଆଜି ବହୁ ଜନାଦୃତ ହୋଇପାରିଛି । ବାର ମାସରେ ତେର ପର୍ବ ହେଲା ପରି ଏହି ଅନୁଷ୍ଠାନ ବହୁ ସାଂସ୍କୃତିକ ଓ ସାରସ୍ୱତ କାର୍ଯ୍ୟକ୍ରମ କରି ଆସୁଛି । ତେଣୁ ବିଶିଷ୍ଟ ବ୍ୟକ୍ତିଙ୍କୁ ପୃଥିବୀ ପ୍ରସିଦ୍ଧ ଅନୁଷ୍ଠାନ କୈବଲ୍ୟ ସାହିତ୍ୟ ସଂସଦ କଟକ ରଥ ପଥ ଜଗନ୍ନାଥ ସାରସ୍ୱତ ସମ୍ମାନ ୨୦୨୩ ସମ୍ମାନ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.