ବରିଷ୍ଠ ଫଟୋଗ୍ରାଫର କରୁଣାକର ଶତପଥୀ ରାଜ୍ୟସ୍ତରରେ ସମ୍ମାନିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ଶିକ୍ଷା ଓ ଅନୁସନ୍ଧାନ ୟୁନିଭର୍ସିଟି, ଖଣ୍ଡଗିରି କଳିଙ୍ଗନଗର କନଫରେନ୍ସ ହଲଠାରେ ଶୁକ୍ରବାର ଦିନ ଫଟୋଗ୍ରାଫ ଏସୋସିଏସନ୍‌ ଅଫ୍‌ ଓଡିଶା ଆନୁକୂଲ୍ୟରେ ମେଗା ଫଟୋଟ୍ରେଡ ଫେୟାର ଅବସରରେ ଆୟୋଜିତ ‘ଏକ୍ସପୋ-୨୦୨୨’ର ଉଦ୍‌ଘାଟନୀ ଉତ୍ସବରେ ସମ୍ବଲପୁରର ବରିଷ୍ଠ ଫଟୋଗ୍ରାଫର କରୁଣାକର ଶତପଥୀଙ୍କୁ ତାଙ୍କର ଜୀବନକାଳ ସାଧନା ପାଇଁ ସମ୍ମାନିତ କରାଯାଇଛି । ଏସୋସିଏସନ୍‌ର ସଭାପତି ବୀରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଅଲ୍‌ ଇଣ୍ଡିଆ ଫଟୋଗ୍ରାଫି ୱେଲ ଫେୟାର ଏସୋସିଏସନ୍‌ର ସାଧାରଣ ସମ୍ପାଦକ ସୁନୀଲ ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶ୍ରୀ ଶତପଥୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏସୋସିଏସସନ୍‌ର ସାଧାରଣ ସଂପାଦକ ମିଥୁନ ଜେନା । ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀ ଶତପଥୀ ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରୀୟ ଫଟୋଗ୍ରାଫି ପ୍ରଦର୍ଶନ ପ୍ରତିଯୋଗିତା, ସେମିନାର, ୱାର୍କସପ୍‌ ମାନଙ୍କରେ ଅଂଶ ଗ୍ରହଣ କରି ଏକାଧିକ ଥର ପୁରସ୍କୃତ, ସମ୍ମାନିତ ତଥା ସମ୍ବର୍ଦ୍ଧିତ ହୋଇ ପଶ୍ଚିମାଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ।

Leave A Reply

Your email address will not be published.