ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଲଖନ୍ପୁର ବ୍ଲକ କୁଆକୁଣ୍ଡା ଗ୍ରାମରେ ଡାଇରିଆ ରୋଗ ବ୍ୟାପିବାରେ ଲାଗିଛି । ସଂକ୍ରମଣ ସଂଖ୍ୟା କମିବାର ନାଁ ନେଉ ନଥିବା ବେଳେ ଏପର୍ଯ୍ୟନ୍ତ ୪୦ ଜଣ ସଂକ୍ରମିତ ହୋଇ ସାରିଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ଡାଇରିଆ ଯୋଗୁଁ ଜଣେ ମୃତ୍ୟୁବରଣ କରି ସାରିଥିବା ବେଳେ ୨ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଗାଁରେ ଡାକ୍ତରୀ ଟିମ୍ ପହଁଞ୍ଚି ଚିକିତ୍ସା କରୁଥିବା ଜଣାପଡିଛି ।