ସଂକଳ୍ପ ପରିବାରର ଦୁଇଦିନିଆ ଶୀତ ବସ୍ତ୍ର ସଂଗ୍ରହ ଓ ବଣ୍ଟନ କାର୍ଯ୍ୟକ୍ରମ

ବରଗଡ଼, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ଓଡ଼ିଶାରେ ବଢୁଥିବା ଶୀତକୁ ଦୃଷ୍ଟିରେ ରଖି ବରଗଡ଼ “ସଂକଳ୍ପ ପରିବାର” ତରଫରୁ ବରଗଡ଼ ଥାନା ଛକ ଠାରେ ଦୁଇଦିନିଆ ଶୀତ ବସ୍ତ୍ର ସଂଗ୍ରହ ଓ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବରଗଡ଼ ଟାଉନ ଥାନା ଅଧିକାରୀ ସଦାନନ୍ଦ ପୂଜାରୀ ଯୋଗଦାନ କରି ଆନୁଷ୍ଠାନିକ ଭାବରେ ଏହାକୁ ଶୁଭାରମ୍ଭ କରିଥିଲେ । ଠିକ ସେହିପରି ବରିଷ୍ଠ ଆଇନଜୀବୀ ଲିପିସିତ ମିଶ୍ର ଯୋଗଦାନ କରି ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ । ଗତ କାଲି ସକାଳ ୯ଟାରୁ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଉଭୟ ସଂଗ୍ରହ ଓ ବଣ୍ଟନ ହୋଇଥିବା ବେଳେ ଠିକ ସେହିପରି ଆଜି ଦ୍ୱିତୀୟ ଦିନରେ ମଧ୍ୟ ଶତାଧିକ ଲୋକ ଆସି କିଛି ନୂଆ ଓ ପୁରୁଣା ବସ୍ତ୍ର ଦେଇଯାଇଥିବା ବେଳେ ହଜାର ହଜାର ଲୋକ ଶୀତ ବସ୍ତ୍ର ପାଇକି ଖୁସି ଅନୁଭବ କରିଥିଲେ । ସଂକଳ୍ପ ପରିବାର ସଭାପତି ରହିତ ଜସ୍ୱାଲ, ଉପସଭାପତି ଜି. ରମେଶ, କୋଷାଧ୍ୟକ୍ଷ ନିଧାନ ଦନ୍ତା ପ୍ରମୁଖଙ୍କ ପ୍ରତକ୍ଷ୍ୟ ଉପସ୍ଥିତିରେ ସଂକଳ୍ପ ପରିବାରର ଅନେକ ସଦସ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.