ସଇଁନ୍ତଲା, (ଅଜିତ କୁମାର ସାହୁ) : ସବୁ ମଣିଷର ମନରେ ଅନେକ ସ୍ଵପ୍ନ ଥାଏ । ଯଦି ସେହି ସ୍ୱପ୍ନ ଧୀରେ ଧୀରେ ସଫଳ ହୁଏ, ତେବେ ଖୁସିର ଜୁଆର ଛୁଟେ । ତେବେ ଆମେ ଏଭଳି ଏକ ଉଦାହରଣ ସୃଷ୍ଟି କରିଥିବା ଜଣେ ସମାଜସେବୀରୁ ଏବେ ବିଭିନ୍ନ କୋଶଲୀ ଫିଲ୍ମରେ ଅଭିନୟ କରୁଥିବା ନାୟିକା ସଞ୍ଜନା ଛତ୍ରିଆଙ୍କ କଥା କହୁଛୁ । ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଥିବା ଅଞ୍ଜନା ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଳକ ତୁଷୁରା ଗ୍ରାମର । ସଞ୍ଜନା କୁମାରୀଙ୍କ ବୟସ ମାତ୍ର ୨୦ ହୋଇଥିବା ବେଳେ ସେ ବର୍ତ୍ତମାନ ବଲାଙ୍ଗିର ରାଜେନ୍ଦ୍ର କଲେଜରେ ପାଠ ପଢୁଛନ୍ତି । ପାଠ ପଢିବା ସଙ୍ଗେ ସଙ୍ଗେ ବିଭିନ୍ନ ଲୋକ ନୃତ୍ୟ ପରିବେଷଣ କରିବା ସହ ନୀରିହ ଲୋକଙ୍କ ସେବା କରିବାରେ ପଛେଇ ନାହାନ୍ତି । ସେଥିପାଇଁ ତ ଆମେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଥିବା କଥା ଲୋକେ କୁହନ୍ତି ।
ପ୍ରଥମେ ବଲାଙ୍ଗିର ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନରେ ସାମିଲ୍ ହୋଇ ସମାଜସେବୀ ଭାବରେ ଅନେକ ଗରିବ ନୀରିହଙ୍କ ସେବା କରି ଆସୁଥିଲେ ସେ । ବାପା ଚକାମନ ଛତ୍ରିଆ ଓ ମାଆ ଯୋଶବନ୍ତି ଛତ୍ରିଆଙ୍କ ଏକମାତ୍ର ଝିଅ ସଞ୍ଜନାଙ୍କ କଳା ଦେଖି ପରିବାର ଲୋକ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । କୋଶଲ ଫୋକ୍ ଏକଡେମୀ ବଲାଙ୍ଗିରର ଏକ ଅନୁଷ୍ଠାନରେ ସାମିଲ ହୋଇ ବିଭିନ୍ନ ଲୋକଉତ୍ସବରେ ପଛ ଧାଡ଼ିରେ ନୃତ୍ୟ ପରିବେଷଣ କରୁଥିବା ସଞ୍ଜନା ଏବେ ନାୟିକା ଭାବରେ ଅନେକ କ୍ଷୁଦ୍ର ଚଳଚିତ୍ରରେ ଭୂମିକା ନିଭାଉଥିବା ଦେଖିବାକୁ ମିଳିଛି । ଗୁରୁଶ୍ରୀ ନବଘନ ଦାସ ଓ ଧରିନ୍ଦ୍ର କୁମାର ପଣ୍ଡା ତାଙ୍କୁ ସହଯୋଗର ହାତ ଦେଇ ଏତେ ଦୂରକୁ ପହଞ୍ଚାଇ ଥିବା ନେଇ ବେଶ୍ ଖୁସି ଥିବା ସଞ୍ଜନା କହିଛନ୍ତି । ସେ କୋଶଲୀ କ୍ଷୁଦ୍ର ରଙ୍ଗବତୀ ରଙ୍ଗେଇ ଦେଲା, ଫଟାବାଦଲ ଭଳି ଅନେକ ଫିଲ୍ମରେ ନାୟିକା ଭାବରେ ଅଭିନୟ କରୁଥିବା କହିଛନ୍ତି । ତେବେ ବର୍ତ୍ତମାନ ସମୟରେ ଲୋପ ପାଇବାରେ ବସିଥିବା କଳାକୁ ଏବେ ନିଶା ଭାବରେ ଆଦରି ନେଇଥିବା ସହ ଯଦି ଆଗାମୀ ଦିନରେ କୌଣସି ଚଳଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଲେ ନିଶ୍ଚିତ ଭାବରେ କାମ କରିବି ବୋଲି କହିଛନ୍ତି । ତେବେ ‘କୋଶଳ ପ୍ରବାହ’ ଲୋକଙ୍କ ପାଇଁ ବେଶ ପ୍ରଶଂସନୀୟ ପାଲଟିଥିବା ବେଳେ ଅନେକ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣି ଲୋକଙ୍କ ସୁଖରେ ଦୁଃଖରେ ସାହା ହୋଇ ଖବର ପ୍ରକାଶିତ କରୁଥିବା ଯୋଗୁଁ ଧନ୍ୟବାଦ ଜଣାଉଛି ବୋଲି ସଞ୍ଜନା ପ୍ରକାଶ କରିଛନ୍ତି ।