oom

ପ୍ରବଳ ଉଦ୍ଦୀପନା ସହିତ ଓମ୍‌ଭେଲି ବିଦ୍ୟାଳୟରେ ପାଳିତ ହେଲା ବାର୍ଷିକ ସଂଗୀତ ସମାରୋହ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶିକ୍ଷା ସୁଯୋଗ ନିର୍ମାଣର କେବଳ ପାହାଚ ନୁହେଁ ଏହା ଅନନ୍ତ ସମ୍ଭାବନାର ଭବିଷ୍ୟତ ନିର୍ମାତା । ଆଜିର ଶିଶୁ କାଲିର ନାଗରିକ । ଏମାନେ ସୁରଭିତ ଉଦ୍ୟାନର ସତେଜ ପାଖୁଡ଼ା । ବୈଭବଶାଳୀ ରାଷ୍ଟ୍ର ଗଠନର ଏମାନେ ସୁଦକ୍ଷ ବିନ୍ଧାଣି । ସମ୍ଭାବନା ସୃଷ୍ଟିର ଅଭିଳାଷକୁ ସାର୍ଥକ କରିବାର ଲକ୍ଷ୍ୟ ନେଇ ଏ ଦିଗରେ ଅଗ୍ରଗତି କରିଛି ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ୍‌ଭେଲି ସ୍କୁଲ । ଶିକ୍ଷାର୍ଥୀଙ୍କ ଆଭ୍ୟନ୍ତରୀଣ ଉତ୍ସାହକୁ ସାର୍ଥକ ରୂପ ଦେବା ପାଇଁ ବିଦ୍ୟାଳୟର ଚାରଭଟା ଶାଖାଠାରେ ଆୟୋଜିତ ହୋଇଯାଇଛି ବାର୍ଷିକ ସଂଗୀତ ସମାରୋହ । ଶିଶୁ ବିଭାଗଠାରୁ ବରିଷ୍ଠ ବିଭାଗ ପର୍ଯ୍ୟନ୍ତ ୨୫ଟି ଦଳ ବିଭିନ୍ନ କଳାକ୍ଷେତ୍ରରେ ଅଂଶଗ୍ରହଣ କରି ନୃତ୍ୟ ସଙ୍ଗୀତର ରଙ୍ଗାରଙ୍ଗ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ବିଭାରାଜ ଗୁପ୍ତା, ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ଵର ପ୍ରସାଦ ମିଶ୍ର, ଡ. ଗୋବର୍ଦ୍ଧନ ସାହୁ (ପ୍ରାକ୍ତନ ପ୍ରଫେସର ଡିଏଭି ମହାବିଦ୍ୟାଳୟ ଟିଟିଲାଗଡ଼) ଟିଟିଲାଗଡ଼ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ । ସାହିତ୍ୟ ଓ ସଂସ୍କୃତିର ସମନ୍ଵିତ ରୂପରେ ନାରୀ ସଶକ୍ତିକରଣ, ରାମାୟଣ, ମଦର୍ସ ଡେ ପରି ନାଟିକା ଦର୍ଶକଙ୍କୁ ଆକୃଷ୍ଟ କରି ରଖିଥିବା ବେଳେ ଛାତ୍ରଛାତ୍ରୀଙ୍କ ସୁଲଳିତ କଣ୍ଠର ସଂଗୀତ ମୂର୍ଚ୍ଛନା ଶ୍ରୋତା ମଣ୍ଡଳୀଙ୍କୁ ବାନ୍ଧି ରଖିଥିଲା । ସ୍କୁଲର ଅଧ୍ୟକ୍ଷ ମହେଶ୍ଵର ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ, ଅଭିଭାବିକା, ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ମିଳିତ ସହଯୋଗରେ ସଂଗୀତ ସମାରୋହଟି ସଫଳତାର ସହିତ ଆୟୋଜିତ ହୋଇଯାଇଛି ।

jittmm
Leave A Reply

Your email address will not be published.