ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ରାସ୍ତାରେ ପାଇଥିବା ମୋବାଇଲକୁ ହଜାଇଥିବା ଯୁବକଙ୍କୁ ଫେରାଇଲେ ଜୁରାବନ୍ଧ ଗାଁର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ କପିଳେଶ୍ୱର ଯୁବକ ସଂଘର ସମ୍ପାଦକ ତୁଳାଚନ୍ଦ୍ର ପୋଡ଼ । ତୁଳାଚନ୍ଦ୍ର ରାସ୍ତାରେ ଯାଉଥିବା ବେଳେ ରାସ୍ତା ପାର୍ଶ୍ଵରେ ପ୍ରାୟ ୧୦ ହଜାର ଟଙ୍କିଆ ମୋବାଇଲ ଫୋନ ପାଇଥିଲେ । ହେଲେ ଫୋନ ସ୍ୱିଚଅଫ ଥିବା ଯୋଗୁଁ ଯୋଗାଯୋଗ ହୋଇପାରୁନଥିଲା । ପରେ ମୋବାଇଲକୁ ଚାର୍ଜ କରାଯିବା ପରେ ମୋବାଇଲ ହଜାଇ ଥିବା ଯୁବକ ସେହି ଫୋନକୁ କରିଥିଲେ । ପରେ ତୁଳାଚନ୍ଦ୍ର ପୋଡ଼ ଫୋନ ରିସିଭ କରି ପରିଚୟ ମାଗିଥିଲେ । ମୋବାଇଲ ହଜାଇଥିବା ଯୁବକ ବଙ୍ଗୋମୁଣ୍ଡା ଥାନା କୁଣ୍ଡାବୁଟୁଲା ପଞ୍ଚାୟତ ବାଦିଚକା ଗାଁର ସିଦ୍ଧାନ୍ତ ତେଜିଙ୍କୁ ବଙ୍ଗୋମୁଣ୍ଡା ଆମ୍ବେଦକର ଛକ ଠାରେ ଡକାଇ ଫେରାଇ ଦେଇଛନ୍ତି । ତୁଳାଚନ୍ଦ୍ରଙ୍କ ଏହିଭଳି କାର୍ଯ୍ୟକୁ ଦେଖି ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।