oom

ପଶ୍ଚିମ ଓଡ଼ିଶା ବିଜେପିର ସାଙ୍ଗଠନିକ ବୈଠକ

jsmm

ବରଗଡ, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସଭାପତି ଜେ. ପି. ନଡ୍ଡା ଜୀଙ୍କ ନିର୍ଦ୍ଦେଶ କ୍ରମେ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଜୀଙ୍କ ଆଗ୍ରହ କ୍ରମେ ବରଗଡ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଡାକ୍ତର ଅରୂପାନନ୍ଦ ସାହୁଙ୍କ ସଭାପତିତ୍ୱରେ ‘ତ୍ରିରଙ୍ଗା ଯାତ୍ରା ତଥା ଘର ଘର ତ୍ରିରଙ୍ଗା ଅଭିଯାନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ’କୁ ନେଇ ‘ପଶ୍ଚିମ ଓଡିଶା ବିଜେପି’ର ଏକ ସାଙ୍ଗଠନିକ ବୈଠକ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ବରଗଡ ଠାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ଉପସଭାପତି, ଛତିଶଗଡର ବିଧାୟକ ତଥା ବିଜେପି ରାଜ୍ୟ ସହ ପ୍ରଭାରୀ ଓଡିଶା ସୁଶ୍ରୀ ଉଷା ଉସେଣ୍ଡି ସମ୍ମାନିତ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ଶିମାଞ୍ଚଳ ଖଟାଇ, ରାଜ୍ୟ ସମ୍ପାଦକ ତଥା ଭଟଲି ବିଧାୟକ ଇରାଶିଷ ଆଚର୍ଯ୍ୟ, ରାଜ୍ୟ ଉପ-ସଭାପତି କୁସୁମ ଟେଟେ, ପୂର୍ବତନ ରାଜ୍ୟ ସଭାପତି, ପୂର୍ବତନ ସାଂସଦ, ବିଧାୟକ କଳାହାଣ୍ଡିର ବସନ୍ତ ପଣ୍ଡା ଏବଂ ସମସ୍ତ ଜିଲ୍ଲାର ସଭାପତି ମଂଚାସୀନ ଥିବାବେଳେ ପଶ୍ଚିମ ଓଡିଶାର ସମସ୍ତ ସାଧାରଣ ସମ୍ପାଦକ, ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହିତ ବୈଠକରେ ଉପସ୍ଥିତ ଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ରବିରାୟଣ ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ଉପ-ସଭାପତି ପ୍ରବୀଣ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.