om academy

ବିଦ୍ୟୁତ୍‌ ସମସ୍ୟା ବିଷୟରେ ବିଧାୟକଙ୍କୁ ଭେଟି ଅବଗତ କଲେ କୃଷକ ସଂଗଠନ

jsm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅମ୍ବାଭନା, ଭଟଲି ଏବଂ ସୋହେଲା ବ୍ଲକର କୃଷକ ସଙ୍ଗଠନ ପ୍ରତିନିଧି ମଣ୍ଡଳୀ ନବନିର୍ବାଚିତ ବିଧାୟକ ଇରାଶିଷ ଆଚାର୍ଯ୍ୟ ତାଙ୍କ ଘରେ ଭେଟି ବିଦ୍ୟୁତ୍‌ ସମସ୍ୟାର ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ତିନୋଟି ବ୍ଲକ ଅଣ ଜଳସେଚିତ ହୋଇଥିବାରୁ ପ୍ରାୟ ଚାଷ ବର୍ଷା ଜଳ ଉପରେ ନିର୍ଭର ଶିଳ ନହେଲେ ବିଦ୍ୟୁତ୍‌ ଦ୍ଵାରା ଜଳ ଉତ୍ତୋଳନ କରି ଚାଷ କରାଯାଇଥାଏ । ଗଭୀର ନଳକୂପ ବା ଉଠାଜଳ ସେଚନରେ ବ୍ୟବହୃତ ବିଦ୍ୟୁତ୍‌ ଦେୟ ବହୁତ ବେଶୀ ଅଟେ । କେନାଲ ଜଳସେଚନ ବ୍ୟବସ୍ଥାରେ ଏକର ପ୍ରତି ୩୦୫ ଟଙ୍କା ଜଳକର ଦେଉଥିବା ବେଳେ ୩ ଏଚ୍‌. ପି ମୋଟର ପମ୍ପ ପାଇଁ ବିଦ୍ୟୁତ୍‌ ବିଲ୍‌ ୨୫ ଶହରୁ ୩୦୦୦ ଟଙ୍କା ପ୍ରତେକ ମାସରେ ଦେବାକୁ ବଡୁଛି । ଯାହା ଅଣ ଜଳସେଚିତ କୃଷକ ମାନଙ୍କ ପାଇଁ ଅନ୍ୟାୟ ଏବଂ ଅବିଚାର ମଧ୍ୟ ଅଟେ । ତେଣୁ କୃଷକ ସଙ୍ଗଠନ ମାନେ ଜଳ ସେଚନ ନାଁରେ ବିଦ୍ୟୁତ୍‌ ବିଲ୍‌ ଅସୁଳି ବିରୋଧରେ ଅନେକ ଆନ୍ଦୋଳନ କରିଛନ୍ତି । ଗତ ଏପ୍ରିଲ ମାସରେ ବାରପାହାଡ଼ କୃଷକ ସଙ୍ଗଠନ ତରଫରୁ ମିଟର ଖୋଲି ଟାଟା ପାୱାର କମ୍ପାନୀ ଅଫିସରେ ଫେରାଇ ଦେଇଥିଲେ । ଭଟଲି ବ୍ଲକ କୃଷକ ପରିବାର ମଧ୍ୟ ଏହି ପରି ଉଗ୍ର ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛି । ଯେହେତୁ ସଦ୍ୟ ନିର୍ବାଚନ ସରି ନୂତନ ସରକାର ଗଠନ ହୋଇଛି ତେଣୁ ଶ୍ରଧେୟ ନବନିର୍ବାଚିତ ବିଧାୟକଙ୍କୁ ଜଳ ସେଚନ ନାଁରେ ବିଦ୍ୟୁତ୍‌ ବିଲ୍‌ ଅସୁଳି ବନ୍ଦ କରିବା ସହିତ ବିଦ୍ୟୁତ୍‌ ସମସ୍ୟା ସମାଧାନ ପାଇଁ ହଜାର ହଜାର ଚାଷୀ ଦସ୍ତଖତ ଥିବା ଦାବିପତ୍ର ପ୍ରଧାନ କରିଛନ୍ତି । ନବନିର୍ବାଚିତ ବିଧାୟକ ଏହି ଦିଗରେ ବିଧାନସଭାରେ ତଥା ସରକାରଙ୍କ ସହିତ ଆଲୋଚନା କରି ସମାଧାନ କରିବାପାଇଁ ଆସ୍ପାଷନ ଦେଇଛନ୍ତି । ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବାରପାହାଡ଼ କୃଷକ ସଂଗଠନର ଈଶାନ୍ତ ଭୋଇ, ଜୟପ୍ରକାଶ ବେହେରା, ମହେନ୍ଦ୍ର ଦେହେରୀ, ତ୍ରିଲୋଚନ ଦୁଆନ, ରୋହିତ ଖମାରୀ, ଫକୀର ସାହୁ, ସୌକିଲାଲ ନାୟକ, କୃଷକ ପରିବାର ଭଟଲିରୁ ଥବିର ସାହୁ, ଦିଲୀପ ସାହୁ, ହେମନ୍ତ ସାହୁ, ସୁରେନ ସାହୁ, ସୁଦାମ ପାତ୍ର, ସୁନନ୍ଦ ସାହୁ, ଦେବେନ୍ଦ୍ର ସାହୁ, ବାଲ୍ମିକୀ ନାୟକ, ବୁପେଶ ସାହୁ, ଅକ୍ଷୟ ସାହୁ, ହେମନ୍ତ ଖମାରୀ ଏବଂ ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ ସଦସ୍ୟମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.