ପୁସ୍ତକ ମେଳାର ତୃତୀୟ ସଂଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୨୮ତମ ପୁସ୍ତକ ମେଳାର ତୃତୀୟ ସଂଧ୍ୟାରେ କଲ୍‌ଚରାଲ ଏକାଡ଼େମୀ ତରଫରୁ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଜୟନ୍ତୀ ପାଳନ ସହ କବିତା ପାଠୋତ୍ସବ କରାଯାଇଛି । ଏକାଡେମୀର ସଭାପତି ଡ. ପ୍ରଭାତ କୁମାର ମଲ୍ଲିକଙ୍କ ସଭାପତିତ୍ୱ ଓ ଡ. ନଗେନ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଟୁର ସର୍ବଭାରତୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ଭାଷା ପ୍ରେମୀ ବିଚିତ୍ରା ନନ୍ଦ ସାହୁ, ଉପସଭାପତି ପଶୁପତିନାଥ ଚାଟାର୍ଜୀ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଭଗବତୀଙ୍କ ଜୀବନ ଦର୍ଶନ ଓ ତାଙ୍କ ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ଓଡିଶାରେ କମ୍ୟୁନିଷ୍ଟ ସେଲ ତିଆରି ଓ ତାର ଆଭିମୁଖ୍ୟ ଉପରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବରେ ସହରର ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡା. କୃପାସିନ୍ଧୁ ନାୟକ, କାଶୀନାଥ ପାତ୍ର, ଅମୂଲ୍ୟ ଚରଣ ବରାଳ, ପ୍ରଫୁଲ୍ଲ ସାମଲ, ଶ୍ରୀଧର ସୁନା, ଆର୍ତ୍ତତ୍ରାଣ ମହାପାତ୍ର, ପ୍ରତାପ ପଣ୍ଡା, କେଦାର ପ୍ରଧାନ, ଅକ୍ଷୟ ପଣ୍ଡା, ସ୍ମିତା ମିଶ୍ର, ସନ୍ତୋଷ ରଥ, ପ୍ରଦୀପ ପଟ୍ଟନାୟକ, ଭୁପେନ ମହାପାତ୍ର, ଅର୍ଚ୍ଚନା ପାତ୍ର, ଅଶୋକ ପଟ୍ଟନାୟକ, ରଶ୍ମି ସାହୁ, କୁଞ୍ଜବିହାରୀ ରାଉତ, ତ୍ରିଲୋଚନ ସ୍ୱାଇଁ, କାଶୀନାଥ ନନ୍ଦୀ, ବଳରାମ ରାଉଳ, ରାମକୃଷ୍ଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶ୍ରୀ ଚାଟାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.