oom

ଅନ୍ୱେଷାର ୧୦୦ତମ ସାମୁହିକ ଜନ୍ମୋତ୍ସବ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ୧୦୦ତମ ସାମୁହିକ ଜନ୍ମୋତ୍ସବ ହନୁମାନ ବାଟିକାଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବେଦବ୍ୟାସ ଗୁରୁକୂଳ ଆଶ୍ରମର ଅନ୍ତେବାସୀ, ମାନବ ସେବା ପ୍ରତିଷ୍ଠାନର ଅନ୍ତେବାସୀ, ଲେପର୍ସି କଲୋନୀର ଅନ୍ତେବାସୀମାନେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଚଳିତ ମାସରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ କେକ୍‌ କରାଯାଇଥିଲା । ଏହାସହ ସମସ୍ତେ ବାଟିକା ଭିତରେ ଥିବା ମନ୍ଦିରକୁ ବୁଲିବାକୁ ଯାଇଥିଲେ । ସଭାପତି କଳ୍ପନା ଶତପଥୀ ଓ ସାଧାରଣ ସମ୍ପାଦକ ପ୍ରଶାନ୍ତ ରଞ୍ଜନ ପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଏନ୍ଆଇଟିର ପ୍ରଫେସର୍‌ ଦିଲ୍ଲୀପ କୁମାର ବିଶୋଇ, ପ୍ରଫେସର ସିଦ୍ଧାର୍ଥ ଜେନା, ରୋଟାରୀଆନ ହୀରାଲାଲ ମହାପାତ୍ର, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ଉପଦେଷ୍ଟା ଚନ୍ଦ୍ରଶେଖର ଶତପଥୀ ଓ ହନୁମାନ ବାଟିକାର ଟ୍ରଷ୍ଟିୟାମ୍‌ ଦିନାକର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ରଖିଥିଲେ । ଏହି ଅବସରରେ କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ, ସାଗର ମହାନ୍ତି, ପୁଜା ପ୍ରସାଦ, ଆଇନଜୀବୀ ରେଖା ଗୁପ୍ତା, ଇ. ଚୈତନ୍ୟ ପ୍ରମୁଖଙ୍କୁ ଅନ୍ୱେଷା ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମଞ୍ଜୁଳା ପାଢ଼ୀ, ପ୍ରୀତି ଗୁପ୍ତା, ରଶ୍ମିତା ପଣ୍ଡା, ସୂର୍ଯ୍ୟନାଥ ସାହୁ, ସୁମନ ବର୍ମା, ଗ୍ରେସୀ ଡେଭିଡ, ଲିତାଞ୍ଜଳୀ ପତି, କାମିନୀ ମହନ୍ତ, ହେମନ୍ତା ତାଣ୍ଡିଆ, ଦିବାକର ଦାସ, କଲ୍ୟାଣୀ ଦାସ, ମୁରଲୀ ପଟ୍ଟନାୟକ, ତରୁ ଲତା ସାମଲ, ଶେଷିଲିନା ବିଶ୍ୱାଳ, ଲୀନା ବିଶୋଇ,ସତ୍ୟମ୍‌ ମୋଦକ, ରବର୍ଟ ହାଇଫିଲ୍‌ ଓ ଏକାଡେମୀ ଅଫ୍ ଷ୍ଟକ ମାର୍କେଟର ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସମସ୍ତେ ପ୍ରସାଦ ସେବନରେ ମିଳିତ ହୋଇଥିଲେ ।

jittmm
Leave A Reply

Your email address will not be published.