ଦେବୀ ରାମଚଣ୍ଡୀଙ୍କ ନବକଳେବର ସମ୍ପନ୍ନ

  • ଶେଷ ଦିବସ ସନ୍ଧ୍ୟାରେ ରାମଚଣ୍ଡୀଙ୍କ ନଗର ପରିକ୍ରମା ବେଳେ ଦାସୁଡୁଙ୍କ କୋହଲା ନୃତ୍ୟ ଏକ ନିଆରା ଧର୍ମ ପରି ପ୍ରତୀୟମାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂଣ୍ୟତ୍ତୋୟା ଋଷିକୂଲ୍ୟା-ତଟବର୍ତ୍ତୀ ପୁରାଣ ପ୍ରସିଦ୍ଧ ଶକ୍ତିପୀଠ ମା’ରାମଚଣ୍ଡୀଙ୍କ ନୂତନ ମନ୍ଦିର, ପ୍ରାସାଦ ଏବଂ ପାର୍ଶ୍ଵ ଦେବାଦେବୀଙ୍କ ନୂତନ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା, ତ୍ରିଶକ୍ତି ସ୍ୱରୂପିଣୀ ଦେବୀ ରାମଚଣ୍ଡୀଙ୍କ ନବକଳେବର ସମ୍ପନ୍ନ ହୋଇଛି । ଏହି ଅବସରରେ ପବିତ୍ର ଯଜ୍ଞାନୁଷ୍ଠାନ ରବିବାର ସମାହିତ ହୋଇଛି । ପ୍ରତିଷ୍ଠା-ମହୋତ୍ସବର ୪ର୍ଥ ଦିବସ ଶନିବାର ସନ୍ଧ୍ୟାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଶ୍ରୀଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ସତ୍ୟମ ଦାସୁଡୁ ସେବା ନୃତ୍ୟ କଳାକେନ୍ଦ୍ର ଛତ୍ରପୁରର ସଂଗଠନ ପକ୍ଷରୁ ଦାସୁଡୁଙ୍କ ନୃତ୍ୟ ପରିବେଷଣ ଅନ୍ୟତମ ଆକର୍ଷଣ ହୋଇଛି । ଏହି ନିଆରା ଧର୍ମର ପରମ୍ପରା ଦାସୁଡୁ ସତ୍ୟମଙ୍କ ନୃତ୍ୟସଙ୍ଗୀତ ଭକ୍ତି ଭାବାପନ୍ନରେ ସଭିଁଙ୍କୁ ଆବେଗର ସହ ବାନ୍ଧି ଦେଇଥିଲା । ପାହାଡ଼ ତଳରୁ ଦେବୀଙ୍କ ଆସ୍ଥାନ ପାହାଡ଼ ଶୀର୍ଷସ୍ଥାନ ଯାଏଁ ଯାଇଥିବା ସଡ଼କପଥରେ ଦାସୁଡୁଙ୍କ କୋହଲା ନୃତ୍ୟ ପରିବେଷଣ ଅନ୍ୟତମ ନିଆରା ଧର୍ମ ପରି ପ୍ରତୀୟମାନ ହୋଇଥିଲା । ଶନିବାର ସନ୍ଧ୍ୟାରେ ମା’ରାମଚଣ୍ଡୀଙ୍କ ବିଜେପ୍ରତିମା/ ଚଳନ୍ତି ଠାକୁରାଣୀଙ୍କୁ ଚିତାକର୍ଷକ ଦୋଳବିମାନ ସହ ବର୍ଣ୍ଣାଢ଼୍ୟ ପଟୁଆରରେ ନଗର ପରିଭ୍ରମଣ ହୋଇଥିଲା । ଏହି ସମୟରେ ଦାସୁଡୁଙ୍କ କୋହଲା ନୃତ୍ୟ ଗୋଷ୍ଠୀର ସମକକ୍ଷ ଖୁବ ଆକର୍ଷଣୀୟ ହୋଇଥିଲା । ଶେଷ ଦିବସ ଶନିବାର ମଧ୍ୟରାତ୍ରିରେ ଲକ୍ଷାଧିକ ଲୋକଙ୍କ ଗହଳ ଚହଳ ଲାଗି ରହିଥିବା ସାଂଗକୁ ଆନନ୍ଦର କୋଳାହଳ ହୁଳାହୁଳି ଧ୍ଵନିରେ ମୁଖରୀତ ହୋଇ ଉଠିଥିଲା । ନବାଦିନାତ୍ମକ ଏହି ଯଜ୍ଞାନୁଷ୍ଠାନରେ ଭକ୍ତିମୟ ପରିବେଶରେ ଗିରିବନ ଦୁଲକି ଉଠିଥିଲା ।

Leave A Reply

Your email address will not be published.