oom

ଡୁଡୁକାଠାରେ ଆଗଲପୁର ବ୍ଲକ୍‌ ସ୍ତରୀୟ କର୍ମୀ ସମ୍ମିଳନୀ

jsmm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ଡୁଡୁକା ଉପରବାହାଲ ରାସ୍ତା ଆମ୍ବ ବଗିଚାଠାରେ ଆଗଲପୁର ବ୍ଲକ୍‌ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ମୋହନ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଥିବା ବେଳେ ମଂଚାସୀନ ଥିଲେ ବଲାଙ୍ଗିର ଲୋକସଭା ପ୍ରାର୍ଥୀ ମନୋଜ ମିଶ୍ରଙ୍କ ସହ ବରିଷ୍ଠ କର୍ମୀ ପୁରନ୍ଦର ଦାଶ, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା ଜୟନ୍ତୀ ପଟେଲ, ପୁଷ୍ପଲତା ଭୋଇ, ଅଶୋକ ନନ୍ଦ, ସାନନ୍ଦ ମିଶ୍ର, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଗଣେଶ ସାହୁ, ଅରବିନ୍ଦ ସାହୁ, ରବିନ୍ଦ୍ର ସାହୁ, ରବି ବସ୍ତିଆ, ସୁଜିତ ସାହୁ ପ୍ରମୁଖ । ସଭାରେ ମଂଚାସୀନ ନେତୃବୃନ୍ଦ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଗୃହ ଜ୍ୟୋତି, ଯୁବ ବିକାଶ, ଗୃହ ଲକ୍ଷ୍ମୀ, କୃଷକ ବନ୍ଧୁ, ଜନକଲ୍ୟାଣ ଆଦି ବିଷୟକୁ ନେଇ ଚଳିତ ନିର୍ବାଚନରେ ଭୋଟ୍‌ ପ୍ରଚାର ବେଳେ ମଇଦାନକୁ ଓହ୍ଲାଇବେ ବୋଲି ମତ ପ୍ରକାଶ କରିଥିଲେ । ବୁଦୁଲା ପଂଚାୟତ ପୂର୍ବତନ ସରପଂଚ ସଂପଦ ସାହୁ ଶତାଧିକ କର୍ମୀ ସହ କଂଗ୍ରେସରେ ଯୋଗଦାନ କରିଥିଲେ । ଶ୍ରୀ ସାହୁ ପୂର୍ବରୁ ବିଜେଡି ଦଳରେ ଥିଲେ ବିଜେଡି ଅଣଦେଖା କରିବାରୁ କଂଗ୍ରେସର ଯୋଗଦାନ କରିଥିବା ନିଜ ବକ୍ତ୍ୟବ୍ୟରେ ପ୍ରକାଶ କରିଛନ୍ତି । ଏହି ସମ୍ମିଳନୀରେ ଆଗଲପୁର ବ୍ଲକର କଂଗ୍ରେସ କର୍ମୀ ସାଧୁ ମେହେର, ନୁରାଚାନ୍ଦ ସାହୁ, ପାଣ୍ଡବ ପଟେଲ, ଉମାକାନ୍ତ ପଟେଲ, ଡୁଡୁକା ସରପଂଚ ଅଶୋକ ପଟେଲ ପ୍ରମୁଖଙ୍କ ସହଯୋଗରେ ୫ ହଜାରରୁ ଅଧିକ କର୍ମୀ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.