ଦେଓଗାଁ ହାଇସ୍କୁଲରେ ଓଷ୍ଟା ସାଙ୍ଗଠନିକ ସମ୍ମିଳନୀ

  • ବ୍ଲକ ସ୍ତରରେ ନୂତନ କର୍ମକର୍ତ୍ତା ମନୋନୀତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ଦେଓଗାଁ ବ୍ଲକସ୍ତରୀୟ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଙ୍ଗଠନିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ମନୋନୀତ ହୋଇଯାଇଛି । ଦେଓଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ଓଷ୍ଟାର ରାଜ୍ୟ ସଦସ୍ୟ ତାରାକାନ୍ତ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ଓଷ୍ଟା ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ ଦେଓଗାଁ ବ୍ଲକର ନୂତନ କର୍ମକର୍ତ୍ତା ଚୟନ କରାଯାଇ ଶିକ୍ଷା‌ ଓ ଶିକ୍ଷକମାନଙ୍କ ଉନ୍ନତି ପାଇଁ ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ସକ୍ରିୟ ଭୂମିକା ଗ୍ରହଣ କାରିବାକୁ ମତବ୍ୟକ୍ତ କରିଥିଲେ । ପରେ ସର୍ବସମ୍ମିତି କ୍ରମେ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଫଟାମୁଣ୍ଡାର ପ୍ରଧାନ ଶିକ୍ଷକ ଗୌତ୍ତମ ପଟେଲଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ସାଧାରଣ ସଂପାଦକ ଭାବେ ଗୌଡ଼ଗୋଠ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରେମରାଜ ପଧାନଙ୍କୁ ଚୟନ କରାଯାଇଥିଲା । ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ଦେଓଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ କୁତୁର୍ଲା ହାଇସ୍କୁଲର ପ୍ରଧାନ ଶିକ୍ଷକ ଦିଲୀପ ସାହୁ, ଦେଓଗାଁ ହାଇସ୍କୁଲର ଶିକ୍ଷୟିତ୍ରୀ ସୁନୀତା ମଲ୍ଲିକ, ଶିକ୍ଷକ ପବିତ୍ର ମୋହନ ବୁଡ଼େକ ଓ ସଞ୍ଜୁତା କମ୍ଭାରଙ୍କୁ ଯୁଗ୍ମ ସଂପାଦକ ଭାବେ ଚୟନ କରାଯାଇଥିଲା । ଶିକ୍ଷକ ଭୂକାନ୍ତ ସାହୁ, ଅଶୋକ ରଥଙ୍କୁ ଜିଲ୍ଲା କାଉସିଲ ସଭ୍ୟ, ପ୍ରଶାନ୍ତ ପାଣ୍ଡେ ଓ ରାଜକୁମାର ରଣାଙ୍କୁ ରାଜ୍ୟ କାଉନସିଲ ସଭ୍ୟ, ବିଭୂତୀ ଭୂଷଣ ବେହେରା ଓ ଅଶୋକ ପ୍ରଧାନଙ୍କୁ ଉପଦେଷ୍ଟା, କେଶବ ପାଣିଗ୍ରାହୀ ଓ ସୁଦାମ ଚରଣ ଦୀପ, ପୂର୍ଣ୍ଣ ଚନ୍ଦ୍ର ସା’ଙ୍କ ସହ ଅନ୍ୟାନ୍ୟ ଶିକ୍ଷକଙ୍କୁ ସଭ୍ୟ ଭାବେ ଚୟନ କରାଯାଇଥିଲା । ପୂର୍ବତନ ରାଜ୍ୟ ଉପସଭାପତି ସୁଧାଂଶୁ ଶେଖର ବାବୁ, ପୂର୍ଣ୍ଣଚନ୍ଦ୍ର ମେହେର, ସୁଧୀର ନାଏକ, ଦିଲୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ଜୀବର୍ଦ୍ଧନ ପଧାନ ଓ ମଣି ରଣା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ବଲାଙ୍ଗିର ସଦର ବ୍ଲକ ସଂପାଦକ ଶଙ୍କର ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.