oom

ବଡ଼ମାଳ ଗୋଳାବାରୁଦ କାରଖାନାରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଗୋଳାବାରୁଦ କାରଖାନା ମଲଟି ପର୍‌ପଜ୍‌ ହଲ୍‌ଠାରେ ଗୋଳାବାରୁଦ କାରଖାନା କର୍ମଚାରୀ ସଂଘ ଓ ଜିଲ୍ଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ କମିଟିର ମିଳିତ ଉଦ୍ୟମରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା (ଆଇଏନଟିୟୁସି) ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ କମିଟି (ଆଇଏନଟିୟୁସି) ରାଜ୍ୟ ସଭାପତି ଡ଼. ରାମଚନ୍ଦ୍ର ଖୁଣ୍ଟିଆ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି ସଭାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ରାଜ୍ୟ ସାଧାରଣ ସମ୍ପାଦକ କିଶୋର ଜେନା, ରାଜ୍ୟ ଉପସଭାପତି ମଦନ ମୋହନ ଧଳ, କୋଷାଧ୍ୟକ୍ଷ ଧରଣୀ ସ୍ୱାଇଁ, ରାଜ୍ୟ ମହିଳା ସଭାନେତ୍ରୀ ପ୍ରଣତି ମିଶ୍ର, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଭୋଇ, ଜିଲ୍ଲା ଚାଷୀ ମୂଲିଆ ସଂଗଠନ ସଭାପତି ପ୍ରେମାନନ୍ଦ ଭୋଇ, ବୌଦ୍ଧ ସଭାପତି ସରୋଜ ପଧାନ, ଝାରସୁଗୁଡ଼ା ସଭାପତି ମହେନ୍ଦ୍ର ମିଶ୍ର, ନାଲକୋର ନିର୍ମଳ ସାମଲ ଓ ପି.କେ. ଦାସ ଓ ବ୍ଲକ ସଭାପତି ମୁକୁନ୍ଦ ନାଗ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ସଭାରେ ରାଜ୍ୟ ସଭାପତି ଶ୍ରୀ ଖୁଣ୍ଟିଆ କହିଲେ ଯେ, ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ । ଏହି ଜିଲ୍ଲାର ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି । ୧୯୮୪ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ସ୍ୱପ୍ନ ଥିଲା ଯେ ଆଦିବାସୀ, ଦଳିତ, ପଛୁଆ ବର୍ଗ ଅଧ୍ୟୁଷିତ ଅଞ୍ଚଳରେ ଗୋଳାବାରୁଦ କାରଖାନା ପ୍ରତିଷ୍ଠା କରି ଏ ଅଞ୍ଚଳର ଅର୍ଥନୈତିକ ଓ ସାମାଜିକ ବିକାଶ ଦିଗରେ ପଦକ୍ଷେପ ନେଇଥିଲେ । କିନ୍ତ ଆଜି ବି ଅନେକ ବିସ୍ଥାପିତ ଲୋକମାନଙ୍କର ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ । ଆଜି ଗୋଳାବାରୁଦ କାରଖାନା ନିଗମ ହାତକୁ ଯାଇଛି । ତେଣୁ କାରଖାନା କର୍ମଚାରୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଏଭଳି କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ମୁଁ ଦୃଢ ଭାବରେ ନିନ୍ଦା କରୁଛି । ତେଣୁ ଆଗାମୀ ଦିନରେ ଜମି ହରାଇ ଥିବା ବିସ୍ଥାବିତ ଓ ଶ୍ରମିକ ହକ୍‌ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ରାଜ୍ୟ ସଭାପତି ଶ୍ରୀ ଖୁଣ୍ଟିଆ ପ୍ରକାଶ କରିଥିଲେ । ଉକ୍ତ ସଭାକୁ ବଡ଼ମାଳ କର୍ମଚାରୀ ୟୁନିୟନ ସଭାପତି କେଦାର ଚନ୍ଦ୍ର ବାରିକ ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିତିବା ବେଳେ ସାଧାରଣ ସମ୍ପାଦକ ସଂଜୀବ ବଗର୍ତ୍ତୀ ଧନ୍ୟବାଦ ପ୍ରଦାନ କରିଥିଲେ । ବୈଠକରେ ବଡ଼ମାଳ ଗୋଳାବାରୁଦ କାରଖାନାର ଉପସଭାପତି ପ୍ରଶାନ୍ତ ବେହେରା, ଯୁଗ୍ମ ସମ୍ପାଦକ ସୁଶାନ୍ତ ତ୍ରିପାଠୀ, ମଧୁସୁଦନ ଗଡ଼ବା, ଗୌରବ ଭୋଇ, ଲକ୍ଷ୍ମଣ ରାଉତ, ରାଜେଶ ନାୟକ, ସରୋଜ ବେହୁରୀ, ମନରଞ୍ଜନ ନାୟକ, କଳାକାର ବଗର୍ତ୍ତୀ, ଲଳିତ ମାଝୀ, ସିଡ଼ି ଭୋଇ, ଧରବଗଡ଼ ସରପଞ୍ଚଙ୍କ ପ୍ରତିନିଧି ସତ୍ୟ ନାରାୟଣ ପଣ୍ଡା, ଘୁନସର ସରପଞ୍ଚଙ୍କ ପ୍ରତିନିଧି ଚମ୍ପୁ ସେଠ, ଭଦ୍ରା ସରପଞ୍ଚ ରାଜେନ୍ଦ୍ର ଯାନୀ, କେରମେଳି ସରପଞ୍ଚ ଅଶୋକ ସାହୁ ତଥା ବିପିଏମଏସ, ସେବାସ୍ତମ୍ବ ଓ ମଜଦୁର ୟୁନିୟନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.