oom

ଏଆଇଟିୟୁସିର ତ୍ରୟୋଦଶ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ

jsmm
  • ବଞ୍ଚିବା ପାଇଁ ସଂଗ୍ରାମ- ସଂଗ୍ରାମ କରି ବଞ୍ଚିବା
  • ସମସ୍ତ ସଂସ୍ଥାର ଶ୍ରମିକ କର୍ମଚାରୀଙ୍କୁ ୟୁନିୟନ ଭୁକ୍ତ କରିବା ସଂକଳ୍ପ ଗୃହିତ :
  • ୧୧୩ ଜଣ ରାଜ୍ୟ ପରିଷଦ, ୩୯ ଜଣ କାର୍ଯ୍ୟକାରୀ କମିଟି ଓ କର୍ମକର୍ତ୍ତା ମଣ୍ଡଳୀ ନିର୍ବାଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏଆଇଟିୟୁସିର ତ୍ରୟୋଦଶ ରାଜ୍ୟ ସମ୍ମିଳନୀ ଅଶୋକ କୁମାର ଦାଶ, ପ୍ରଶାନ୍ତ ପାଟ୍ଟଯୋଶୀ, ଏନ୍ ନାରାୟଣ ରେଡୀ, ହରପ୍ରିୟା ସ୍ଵାଇଁ ଓ ମାତିଲଦା କୁଲୁଙ୍କ ଅଧ୍ୟକ୍ଷତାରେ ପରିଚାଳିତ ପ୍ରତିନିଧି ଅଧିବେଶନରେ ଦାଦନ ଶ୍ରମିକ ସମସ୍ୟା, ପ୍ରଦୂଷଣ ସମସ୍ୟା, ସ୍ଥାୟୀ କାର୍ଯ୍ୟରେ କଣ୍ଟ୍ରାକ୍ଟ ଶ୍ରମିକ ସମସ୍ୟା, ବ୍ୟାଙ୍କ ଓ ବୀମା ଘରୋଇକରଣ, ଇସ୍ପାତ କ୍ଷେତ୍ରର ଘରୋଇକରଣ, କୋଇଲା କ୍ଷେତ୍ର ଘରୋଇକରଣ, ସ୍କିମ ଓ୍ଵାର୍କରମାନଙ୍କୁ କେନ୍ଦ୍ର ସରକାର ୨୪ ଘଣ୍ଟିଆ ସନ୍ଦିହାନକୁ ନଜରରେ ରଖି ତାଙ୍କ ମାନବୀୟ ଅଧିକାରକୁ କ୍ଷୁର୍ଣ୍ଣ କରିବା, କୋଠା ବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକଙ୍କୁ ଘୋଷିତ ସାମାଜିକ ସୁରକ୍ଷାରୁ ବଞ୍ଚିତ କରିବା, ବନ୍ଦ ଶିଳ୍ପ କଳ କାରଖାନା ସମସ୍ୟା, ଛଟେଇ ସମସ୍ୟା ବିରୋଧରେ ପ୍ରସ୍ତାବମାନ ଗୃହୀତ ହୋଇଛି । ‘ବଞ୍ଚିବା ପାଇଁ ଲଢିବା – ଲଢେଇ କରି ବଞ୍ଚିବା – ସମସ୍ତ ସଂସ୍ଥା ଓ ସମସ୍ତ କ୍ଷେତ୍ରର ଶ୍ରମିକଙ୍କୁ ୟୁନିୟନ ଭୁକ୍ତ କରି ଲଢେଇ ଜାରି ରଖିବାର ସଂକଳ୍ପ ନିଆଯାଇଛି । ଉତ୍କଳ ମହିଳା ସମିତି ପକ୍ଷରୁ ଏହି ସମ୍ମିଳନୀକୁ କମ୍ରେଡ୍ ଭାନୁମତି ରେଡୀ ଶୁଭେଚ୍ଛା ଜଣାଇଥିଲେ । କର୍ମକର୍ତ୍ତା ମଣ୍ଡଳୀରେ ରାଜ୍ୟର ସଭାପତି ଭାବେ ଅଶୋକ କୁମାର ଦାଶ, କାର୍ଯ୍ୟକାରୀ ସଭାପତି – ମହେଶ୍ଵର ରାଉତ, ଉପସଭାପତି ଅଭୟ ସାହୁ, ପ୍ରଶାନ୍ତ କୁମାର ପାଟ୍ଟଯୋଶୀ, ଅନୀତ ଚକ୍ରବର୍ତ୍ତୀ, ଗୌରାଙ୍ଗ ପାଣିଗ୍ରାହୀ, ରାମକୃଷ୍ଣ ପଣ୍ଡା, ସରୋଜିନୀ ଆଚାର୍ଯ୍ୟ ଓ ଦେବାଶିଷ ଘୋଷ, ସାଧାରଣ ସମ୍ପାଦକ ବିଜୟ ଜେନା, ସମ୍ପାଦକ ମାୟାଧର ନାୟକ, ଜୟନ୍ତ ଦାସ, ହର ପ୍ରିୟା ସ୍ଵାଇଁ, ନମିତା ସାହୁ, ବ୍ରଜବନ୍ଧୁ ପ୍ରଧାନ, ସତ୍ୟବାଦୀ ବାଗ୍ ଓ ପ୍ରଦୋଷ ମହାନ୍ତି ଏବଂ କୋଷାଧ୍ୟକ୍ଷ ଭାବେ ସି.ଭି.ଏନ୍.ରାଓ ସର୍ବ ସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି । ଏହି ସମ୍ମିଳନୀର ଉଦ୍‌ଯାପନୀ ଅଭିଭାଷଣରେ ସର୍ବ ଭାରତୀୟ ସଭାପତି କମ୍ରେଡ୍ ରମେନ୍ଦ୍ର କୁମାର, ଜାତୀୟ ସମ୍ପାଦକ କମ୍ରେଡ୍ ରାମକୃଷ୍ଣ ପଣ୍ଡା, ରାଜ୍ୟ ସଭାପତି କମ୍ରେଡ୍ ଅଶୋକ ଦାଶ, ରାଜ୍ୟ ସାଧାରଣ ସମ୍ପାଦକ କମ୍ରେଡ୍ ବିଜୟ ଜେନା, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ କମ୍ରେଡ୍ ପଶୁପତି ନାଥ ଚାଟ୍ଟାର୍ଜୀ ଓ ସାଧାରଣ ସମ୍ପାଦକ କମ୍ରେଡ୍ ସଦାନନ୍ଦ ସାହୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

jittmm
Leave A Reply

Your email address will not be published.