ଟିଟିଲାଗଡ଼ ବହି ହାଟ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

  • ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ପୁସ୍ତକ ମେଳା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ପଞ୍ଚମ ବର୍ଷରେ ପଦାର୍ପଣ କରିଛି ଟିଟିଲାଗଡ଼ ବହି ହାଟ । ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ଥିବା ମିଶନ ଶକ୍ତି ବଜାର ପ୍ରାଙ୍ଗଣ ଆରମ୍ଭ ୧୨.୧୨.୨୦୨୫ରୁ ଆରମ୍ଭ ହୋଇ ବହି ହାଟ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଭାପତି ଭିକାରୀ ଚରଣ ମିଶ୍ର । ପ୍ରତ୍ୟେକ ଦିନ ୨ଟା ୩୦ରୁ ଆରମ୍ଭ ହୋଇ ରାତି ୯ଟାରେ ବନ୍ଦ ହେବା ନେଇ ସୂଚନା ଦେଇଛନ୍ତି । ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଏହି ବହି ହାଟର ପ୍ରଚାର ପ୍ରସାର କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.