oom

ଓକ୍ଟାର ବାର୍ଷିକ ଉତ୍ସବରେ ବିଦ୍ୟା ଷ୍ଟଡ଼ି ପଏଣ୍ଟ ସମ୍ମାନିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା କୋଚିଂ ଏକାଡ଼େମୀ ସଂଘ (ଓକ୍ଟା)ର ବାର୍ଷିକ ଉତ୍ସବ ଭୁବେନେଶ୍ୱର ସ୍ଥିତ ସୋଆ ସ୍କୁଲ ଅଫ ହୋଟେଲ ମ୍ୟାନେଜମେଂଟ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାରନଗରୀ ସ୍ଥିତ ବିଦ୍ୟା ଷ୍ଟଡ଼ି ପଏଂଟ କୋଚିଙ୍ଗ୍ ସେଂଟରକୁ ସମ୍ମାନିତ କରାଯାଇଥିଲ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ପରିବେଶ ସମିତିର ସମ୍ପାଦକ ତଥା ଶିକ୍ଷାବିତ୍ ଜୟକୃଷ୍ଣ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ସୋଆ ସ୍କୁଲ ଅଫ ହୋଟେଲ ମ୍ୟାନେଜମ୍ୟାଂଟ ଡ଼ିନ୍ ଡ଼.ଏସ୍‌ଆର୍‌ ଚଇନି, ଶିକ୍ଷାବିତ୍ ଡ଼.ଏସ୍‌.କେ କଲ୍ଲିମୁଲା, ମୁଖ୍ୟବକ୍ତା ଭାବେ ଭୁବେନେଶ୍ୱର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥ୍‌ମେଟିକ୍‌ସ୍‌ର ନିର୍ଦ୍ଦେଶକ ଡ଼.ହାଡ଼ିବନ୍ଧୁ ପଟ୍ଟନାୟକ, ଓକ୍ଟାର ସଭାପତି ପ୍ରସନ୍ନ ଚୌଧୁରୀ, ସମ୍ପାଦକ ପ୍ରଭାତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ବିଦ୍ୟା ଷ୍ଟଡି ପଏଣ୍ଟର ନିର୍ଦ୍ଦେଶକ ସରୋଜ କୁମାର ବେହେରାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

jittmm
Leave A Reply

Your email address will not be published.