centurian jitm

ବରିଷ୍ଠ ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତି ସମ୍ମାନିତ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଗୋପାଳଜୀ ମନ୍ଦିର ପରିସରରେ ସାତ ଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତିଦିନ ସଂକୀର୍ତ୍ତନ ପ୍ରବଚନ ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଶହ ଶହ ଶ୍ରଦ୍ଧାଳୁ ଏହାକୁ ଉପଭୋଗ କରିଥିଲେ । ମୋ କଣ୍ଠେ ଜଗନାଥର ପ୍ରତିଷ୍ଠାତା ତଥା ବିଶିଷ୍ଟ ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତିଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଶ୍ରୀ ମହାନ୍ତି ସଂଯୋଜନାରେ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଦର୍ଶକମାନଙ୍କ ଦ୍ୱାରା ସବୁ ଭଜନ ଆଦୃତ ଲାଭ କରିଥିଲା ବିଶିଷ୍ଟ କଣ୍ଠ ଶିଳ୍ପୀ ମନୋଜ ଚୀରଗୁନ, ଗଜାନନ ନାଗ, ତ୍ରିନାଥ ସାହୁ, ଶ୍ରୀୟା ମେହେର, ଆର୍ଯ୍ୟାଆଦ୍ୟା ଶକ୍ତି ତ୍ରିପାଠୀ, ଅନନ୍ତ ବନଛୋର, ପ୍ରତ୍ୟୁଷ ମିଶ୍ର ଓ ଅନ୍ତର୍ଯ୍ୟାମୀ ମେହେର ପ୍ରମୁଖ କଣ୍ଠ ଶିଳ୍ପୀମାନେ ଭଜନ ପରିବେଷଣ କରିଥିଲେ । ଝୁଲରେ ନିତାଇ ଝୁଲ ଗୀତରେ ଦର୍ଶକ ଝୁମି ଉଠିଥିଲେ । ବିଜୟ କୁମାର ଦାନୀ, ରାଜୁ ସାହୁ, ହରିଶ ସାହୁ, ପ୍ରଦୀପ ଦାନୀ, ରୁଦ୍ର ସାହୁ ପ୍ରମୁଖ ସଭ୍ୟ ସଭ୍ୟା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ନାସିବ ଗୁରଳା ଅଜିତ ଓ ଅଜୟଙ୍କ ସଂଗୀତରେ ବିଭୋର ହୋଇ ଯାଇଥିଲେ ଦର୍ଶକ ।

Leave A Reply

Your email address will not be published.